ନୂଆ ଲୁକରେ ପ୍ରଭାସ ! ସୋସିଆଲ ମିଡିଆରେ ଭାଇରାଲ ଫଟୋ

44

କୁହାଯାଏ ଯାହାବି କର ପୂରା ନିଷ୍ଠାର ସହ କର । ନିଶ୍ଚେ ତାହା ସ୍ମରଣୀୟ ହୋଇରହିବ । ଏବେ ପ୍ରଭାସଙ୍କ କ୍ଷେତ୍ରରେ ସେୟା ହିଁ ହୋଇଛି । ବାହୁବଳୀ ସିରିଜରେ ଅଭିନୟ କରି ବକ୍ସ ଅଫିସରେ ଇତିହାସ ରଚିଛନ୍ତି । ରାତାରାତି ପାଲଟି ଯାଇଛନ୍ତି ବଡ ଷ୍ଟାର୍ । ଛୋଟ ଠାରୁ ବଡ ସବୁ ଶ୍ରେଣୀୟ ଦର୍ଶକଙ୍କର ପ୍ରିୟ ପାଲଟିଯାଇଛନ୍ତି ଅଭିନେତା ପ୍ରଭାସ ।

ସୋସିଆଲ ମିଡିଆରେ ପ୍ରଭାସଙ୍କ ନୂଆ ଲୁକକୁ ନେଇ ଚର୍ଚ୍ଚା । ଏହା ବୋଧେ ତାଙ୍କର ଆଗାମୀ ଫିଲ୍ମର ଚେହେରା ବୋଲି ଶୁଣାଯାଉଛି । ଆଗାମୀ ଫିଲ୍ମ ‘ସାହୋ’ରେ ଏହା ପ୍ରଭାସଙ୍କ ନୂଆ ଲୁକ୍ ବୋଲି କୁହାଯାଉଛି । ଏହି ଫଟୋରେ ପ୍ରଭାସ ଲାଲ୍ ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି ଏବଂ ପୂର୍ବ ଅପେକ୍ଷା ପତଳା ଦେଖାଯାଉଛନ୍ତି । ସୂଚନା ଅନୁସାରେ , ଅମରେନ୍ଦ୍ର ବାହୁବଳୀ ଭୂମିକା ପାଇଁ ପ୍ରଭାସ ନିଜର ୩୦ କିଲୋ ଓଜନ ବଢାଇଥିଲେ ।