ଅଣ୍ଡରୱଲଡର ଚାପ ଯୋଗୁୁଁ ବଲିଉଡ ଛାଡିଲେ ଅଭିନେତା କମଲ୍ ହାସନ୍

32

ଅଣ୍ଡରୱଲଡର ଚାପ ଯୋଗୁୁଁ ବଲିଉଡ ଛାଡିଛନ୍ତି ଦକ୍ଷୀଣ ଭାରତୀୟ ଅଭିନେତା କମଲ ହାସନ । ଚେନ୍ନାଇରେ ଅନୁଷ୍ଠିତ ଇଣ୍ଡିଆ ଟୁଡେ କନକ୍ଲେଭ ସାଉଥରେ ଯୋଗଦେଇ ନିଜେ କମଲ ହାସନ ଏକଥା କହିଛନ୍ତି । ଏହା ସହ ବଲିଉଡ ଛାଡିବାର ଆଉ ଏକ କାରଣ ଖୁଲାସା କରି କହିଛନ୍ତି ‘ସିନେମାରେ ଲମ୍ବା ସମୟ ନେଇ କାମ କରିବା ବଲିଉଡ ଷ୍ଟାଇଲ ମୋର ନୁହେଁ’ ।

ଅଭିନୟ ଦୁନିଆରେ ମାଇଲଷ୍ଟୋନ୍ କୁହାଯାଉଥିବା କମଲ ହାସନ କେବଳ ଯେ ଦକ୍ଷୀଣ ଭାରତୀୟ ସିନେମାରେ ନୁହେଁ ବଲିଉଡରେ ମଧ୍ୟ ଖୁବ ନାମ କମାଇଛନ୍ତି । ତେବେ ଏହି କନକ୍ଲେଭରେ ଦିଲ୍ଲୀପ କୁମାରଙ୍କୁ ନିଜର ଗଡଫାଦର ଓ ଶ୍ରୀଦେବୀଙ୍କୁ ପ୍ରିୟ କୋଷ୍ଟାର ବୋଲି କହିଛନ୍ତିି କମଲ ହାସନ । ଏହାସହ ‘ଚାଚି ୪୨୦’ରେ କୋଷ୍ଟାର ଥିବା ଓମ ପୁରୀଙ୍କ ନିଧନରେ ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି ।