ଲୋକଙ୍କ ଘରେ ଝାଡୁପୋଛା କାମ କରୁଥିଲେ ‘କାଇ ପୋ ଚେ’ ଅଭିନେତା ଅମିତ ଶାଦ ! ଏବେ ବିଗ୍ ବିଙ୍କ ସହ କରୁଛନ୍ତି ସିନେମା

122

ସିନେମା ‘କାଇ ପୋ ଚେ’ରୁ ଲାଇମ ଲାଇଟକୁ ଆସିଥିବା ଅଭିନେତା ଅମିତ ଶାଦଙ୍କ ଆଗାମୀ ସନେମା ‘ସରକାର ୩’ ରିଲିଜ ପାଇଁ ଏବେ ପ୍ରସ୍ତୁତ । ଏହି ସିନେମାର ଟ୍ରେଲର କିଛି ଦିନ ପୂର୍ବରୁ ରିଲିଜ ହୋଇଛି । ଯେଉଁଠି ଅମିତ ଶାହାଙ୍କ କାମକୁ ପ୍ରଶଂସା ମିଳୁଛି । ଏହା ପୂର୍ବରୁ ଅମିତ ‘କାଇ ପୋ ଚେ’‘ସୁଲତାନ’ ପରି ହିଟ୍ ସିନେମାରେ କାମ ସାରିଛନ୍ତି କିନ୍ତୁ ତାଙ୍କୁ ସେତିକି ସଫଳତା ମଳିଲା ନାହିଁ ଯେତିକି ସେ ଆଶା କରିଥିଲେ ।

ନିକଟରେ ଅମିତ ଟିଓଆଇକୁ ଏକ ଇଣ୍ଟରଭିଉ ଦେଇଥିଲେ । ଏଥିରେ ଅମିତ ନିଜର ଆଗାମୀ ସିନେମା ଓ ବିଗତ ଦିନର ତାଙ୍କର ସଂଘର୍ଷ କାହାଣୀ ବଖାଣିଥିଲେ । ଅମିତ ସେଠାରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତିଲେ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅମିତ କହିଛନ୍ତି ସିନେମା ‘କାଇ ପୋ ଚେ’ ସିନେମା ପାଇଁ  ଯେତିକି ସଫଳତା ସୁଶାନ୍ତ ସିଂ ରାଜପୁତ ଓ ରାଜକୁମାର ରାଓଙ୍କୁୁ ମଳିଲା ସେତିକି ତାଙ୍କୁ ମିଳଲା ନାହିଁ ।

ଏହାର କାରଣ ତାଙ୍କ ପର ସନେମା ୨ ବର୍ଷ ପରେ ରିଲିଜ ହୋଇଥିଲା । କେବଳ ଏତିକି ନୁହଁ ଏହା ପରେ ପରେ ତାଙ୍କୁ କୌଣସି ସିନେମା ଅଫର ମଧ୍ୟ ମିଳିଲା ନାହିଁ । ଏଥିପାଇଁ ସେ ୬ ମାସ ପର୍ଯ୍ୟନ୍ତ ବିଶ୍ୱ ଭ୍ରମଣରେ ବାହାରି ଗଲେ । ଏହାସହ ସେ କହିଛନ୍ତି ମୋ ଜୀବନରେ ଏପରି ବି ସମୟ ଆସିଛି, ଯେତେବେଳ ମୁଁ ଅଡିସନରେ ଯାଉଥିଲି ଓ ରିଜେକ୍ଟ ହୋଇ ଯାଉଥିଲି ।

ଏମିତିରେ କିଛି ଜାଣି ପାରୁନଥିଲି ମୁଁ କ’ଣ କରିବି । କେବଳ ଏତିକି ନୁହଁ ଅମିତ କହିଛନ୍ତି ତାଙ୍କ ଜୀବନରେ ଏମିତି ସମୟ ମଧ୍ୟ ଥିଲା ଯେତେବେଳ ସେ ଅନ୍ୟ ଲୋକଙ୍କ ଘରେ ଛାଡୁପୋଛା କରି ଜୀବନ ଅତିବାହିତ କରୁଥିଲେ । ଏହାସହ ଅମିତ ସିକ୍ୟୁରିଟଇ ଗାର୍ଡର ଚାକିରୀ ମଧ୍ୟ କରିସାରିଛନ୍ତି ।