ଏସି ହେଲା କାଳ : ପୁରୁଣା ଏସିରୁ ବାହାରିଲା ବିଷାକ୍ତ ଗ୍ୟାସ, ନେଇଗଲା ୩ଟି ଜୀବନ

51

ଚେନ୍ନାଇରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଖରାପ ଏୟାର କଣ୍ଡିସନରରୁ ନିର୍ଗତ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଛି । ଚେନ୍ନାଇର କୋୟାମ୍ବେଡ଼ୁ ସ୍ଥିତ ଥିରୁଭଲୁବର ନଗରରେ ଏହି ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୩୫ ବର୍ଷୀୟ ଯୁବକ, ତାଙ୍କ ପତ୍ନୀ ଏବଂ ୮ ବର୍ଷର ପୁଅ ଅଛନ୍ତି। ପୁଲିସ କବାଟ ଭାଙ୍ଗି ୩ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା ।

ପ୍ରାରମ୍ଭିକ ଯାଂଚରୁ ଜଣାପଡିଲା କି ସୋମବାର ରାତିରେ ସେହି ଅଂଚଳରେ ବିଜୁଳି କାଟ ହୋଇଥିବାରୁ ସେମାନେ ଇନଭର୍ଟର ଚାଲୁ କରିଥିଲେ । ମଧ୍ୟରାତ୍ରିରେ ବିଜୁଳି ସେବା ବ୍ୟାହତ ହୋଇଥିଲା, କିନ୍ତୁ ଦମ୍ପତି ଓ ପିଲାର ମୃତ୍ୟୁ ହୋଇଥିଲା । ସେହିପରି, ଏସି କଂପ୍ରେସର ବିସ୍ଫୋଟ ହେବା କାରଣରୁ ଦିଲ୍ଲୀର ୧୦ ବର୍ଷୀୟ ବାଳକ ଓ ତା’ ୯ ବର୍ଷୀୟ ଭଉଣୀର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ମାତାପିତା ଘରେ ନଥିଲେ, ପିଲାମାନେ ଜେଜେମା’ଙ୍କ ସହ ଘରେ ଏକୁଟିଆ ଥିଲେ ।