ଦେଶର ଅର୍ଥନୀତି ବିତର୍କକୁ ପୁଣି ଫେରିଲା ପକୋଡ଼ା ପ୍ରସଙ୍ଗ । ନୋବେଲ ବିଜେତା ଅଭିଜିତ୍ ବାନାର୍ଜୀ କହିିଲେ, ପକୋଡା ବିକିବା ଖରାପ ନୁହେଁ, ଦେଶର ଅର୍ଥନୀତିର ଏହାର ମଧ୍ୟ ଯୋଗଦାନ ରହିଛି ।

404

କନକ ବ୍ୟୁରୋ : ଦେଶରେ ବେକାରୀ ସମସ୍ୟା ବଢ଼ି ଚାଲିଥିବାବେଳେ ଓ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବାବେଳେ ପୁଣି ଥରେ ଚର୍ଚ୍ଚାକୁ ଫେରିଛି ପକୋଡା ବିକ୍ରି ପ୍ରସଙ୍ଗ । ଦେଶରୁ କେମତି ହଟିବ ନିଯୁକ୍ତି ଓ ବେକାରୀ ସମସ୍ୟାର ସମାଧାନ ନେଇ ଜାତୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଉତରରେ ନୋବେଲ ବିଜେତା ଅଭିଜିତ୍ ବାନାର୍ଜୀ କହିଛନ୍ତି, ପକୋଡା ବିକିବା କିଛି ଖରାପ କଥା ନୁହେଁ ।

ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିବା ଓ ବେକାରୀ ସମସ୍ୟା ବଢ଼ୁଥିବାବେଳେ ପୁଣି ଥରେ ଚର୍ଚ୍ଚାକୁ ଫେରିଛି ପକୋଡା ବିକ୍ରି ପ୍ରସଙ୍ଗ । ନୋବେଲ ପୁରସ୍କାର ବିଜେତା ଅଭିଜିତ୍ ବାନାର୍ଜୀ ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଉତର ଦେଇ କହିଛନ୍ତି ପକୋଡା ବିକ୍ରି କରିବା କିଛି ଖରାପ କଥା ନୁହେଁ । ଅର୍ଥନୀତିରେ ଏହାର ମଧ୍ୟ ଯୋଗଦାନ ରହିଛି । କିନ୍ତୁ ଚାହିଦା ଅପେକ୍ଷା ଏହି ବ୍ୟବସାୟକୁ ଅଧିକ ଲୋକ ଆପଣାଇଥିବାରୁ ସେମାନେ କ୍ଷତି ସହୁଛନ୍ତି ।

ଅର୍ଥଶାସ୍ତ୍ରୀ ଅଭିଜିତ୍ ବାନାର୍ଜୀ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବା ପରେ ପରେ ଭାରତରେ ଲାଗି ରହିଥିବା ମାନ୍ଦାବସ୍ଥା ନେଇ ପ୍ରଶ୍ନ ଉଠାଇଥିଲେ । ଯାହାକୁ ନେଇ ବଡ ରାଜନୈତିକ ବୟାନବାଜି ସାମନାକୁ ଆସିଥିଲା । ବଡ କଥା ହେଉଛି ଅଭିଜିତ୍ ବାନାର୍ଜୀଙ୍କ ଅର୍ଥନୀତି ଓ ପକୋଡା ନେଇ ରଖିଥିବା ବୟାନ ପୁଣି ଥରେ ମୋଦିଙ୍କ ସେହି ବୟାନକୁ ମନେପକାଇ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟିଭି ଚ୍ୟାନେଲ ସାକ୍ଷାତକାରରେ କହିଥିଲେ ପକୋଡା ବିକ୍ରି କରିବା ଏକ ରୋଜଗାରର ମାଧ୍ୟମ । ଯାହାକୁ ନେଇ ତୀବ୍ର ସମାଲୋଚନା କରିଥିଲେ ବିରୋଧୀ ।

ନିର୍ବାଚନୀ ଇସ୍ତାହାରରେ ଥିବା କଂଗ୍ରେସର ନ୍ୟାୟ ଯୋଜନାର ପରାମର୍ଶଦାତା ହେଉଛନ୍ତି ଅଭିଜିତ ବାନାର୍ଜୀ । ଗରିବ ଲୋକଙ୍କ ନିକଟକୁ ଟଙ୍କା ଗଲେ ଅର୍ଥନୀତିରେ ସୁଧାର ଆସିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ଅଭିଜିତ୍ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ଏସଥର୍ ଡୁଫ୍ଲୋ ଲେଖିଥିବା ପୁସ୍ତକ ‘ପୁଅର ଇକୋନୋମିକ୍ସ’ରେ ଏ ନେଇ ବିସ୍ତୃତ ଭାବେ ବର୍ଣ୍ଣନା ରହିଛି ।