ବିଳମ୍ବରେ ସୁଟିଂ ହେବ ‘ଥଗ ଅଫ ହିନ୍ଦୋସ୍ତାନ’ ! ସିନେମାରେ ଏକାଠି ନଜର ଆସିବେ ଅମିତାଭ-ଅମୀର

29

ବିଳମ୍ବରେ ଆରମ୍ଭ ହେବାକୁ ଯାଉଛି ବଲିଉଡ ସିନେମା ‘ଥଗ ଅଫ ହିନ୍ଦୋସ୍ତାନ’ର ସୁଟିଂ । ଏହାର ନିର୍ଦ୍ଦେଶକ ବିଜୟ କ୍ରିର୍ଣ୍ଣା ଅନ୍ୟ କାମରେ ବ୍ୟସ୍ତ ଥିବା କାରଣରୁ ଏହାର ସୁଟିଂ ବିଳମ୍ବରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଆମୀର ଖାନ ସିନେମାର ନାୟିକାଙ୍କ ଖୋଜରେ ବ୍ୟସ୍ତ ରହିଛନ୍ତି । ସିନେମାରେ ମୁଖ୍ୟ ଭୂମିକାରେ ରୋଲରେ ବିଗ୍ ବି ଅମିତାଭ ବଚ୍ଚନ ଓ ଆମୀରଙ୍କ ଯୁଗଳବନ୍ଦୀ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ଅମିତାଭ-ଅମୀର ଏକାଠି ଅଭିନୟ କରିବାକୁ ଯାଉଛନ୍ତି ।