ବିଲଗେଟ୍ସଙ୍କୁ ପଛରେ ପକାଇ ଏକ ନମ୍ବର ଧନୀ ହେଲେ ଆମାଜନର ପ୍ରତିଷ୍ଠାତା ! ବ୍ଲୁମବର୍ଗ ତାଲିକାରେ ପାଇଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିର ମାନ୍ୟତା । 

44

ବ୍ଲୁମବର୍ଗ ବିଲିୟନାଏର ଇଣ୍ଡେକ୍ସ ଅନୁସାରେ ଆମାଜନର ସିଇଓ ଜେଫ ବେଜୋସ ବିଶ୍ୱର ସବୁଠୁ ଧନଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କର ସମ୍ପତି ୧୦୫ ବିଲିୟନ ଆମେରିକୀୟ ଡଲାର ବା ୧୦, ୫୦୦  କୋଟି  ଡଲାର ପହଂଚିଛି । ଫଳରେ ଜେଫ ବେଜୋସ ୧୯୯୯ ମସିହାର ବିଲ୍ ଗେଟସଙ୍କ ରେକର୍ଡଙ୍କୁ ଭାଙ୍ଗିଛନ୍ତି ।

ଫୋର୍ବସ ମାଗାଜିନର ତଥ୍ୟ ଅନୁସାରେ ୨୦୧୭ ଜୁଲାଇରେ ବେଜୋସ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଥିଲେ । ଆମେକିକାର ସେୟାର ମୁଲ୍ୟରେ ଅଭିବୃଦ୍ଧି ଯୋଗୁଁ ସେ ବିଲଗେଟସଙ୍କୁ କାଟିବାରେ ସଫଳ ହୋଇଥିବା ଫୋର୍ବସ ମାଗାଜିନ୍ ଦାବି କରିଛି । ବିଗତ ୨୨ବର୍ଷ ମଧ୍ୟରୁ ୧୮ ବର୍ଷ ଧରି ବିଲ ଗେଟସ ବିଶ୍ୱର ପ୍ରଥମ ଧନୀ ବ୍ୟକ୍ତି ହିସାବରେ ରହି ଆସିଥିଲୋ ତେବେ ମେକ୍ସିକୋର ଟେଲିକମ୍ ମାଗନେଟ କାରଲୋସ ସ୍ଲିମ୍ ୨୦୧୦ ରୁ ୨୦୧୩ ମଧ୍ୟରେ ବିଲ ଗେଟ୍ସକୁ ଅତିକ୍ରମ କରିଥିଲେ ।