ଆଧାର କାର୍ଡ ନାହିିଁ ତ ବିବାହ ନାହିଁ ! ଉତ୍ତରାଖଣ୍ଡ ଚିତାଇ ଗୋଲୁ ମନ୍ଦିରରେ କଡା ନିୟମ

156

124ଆଧାର କାର୍ଡ ନଥିଲେ ବିବାହ ହୋଇପାରିବନି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଉତ୍ତରାଖଣ୍ଡର ଚିତାଇ ଗୋଲୁ ମନ୍ଦିରରେ ଏଭଳି କଡା ନିୟମ ରହିଛି । ପ୍ରତିଦିନ ଏଠାକୁ ୪ରୁ ୫ ଯୋଡା ବିବାହ କରିବା ପାଇଁ ଆସିଥାନ୍ତି । ପ୍ରତିବର୍ଷ ଗୋଲୁ ମନ୍ଦିରରେ ୪ଶହରୁ ଅଧିକ ବିବାହ ସମ୍ମନ୍ନ ହୁଏ । ପୂର୍ବରୁ ଏହି ମନ୍ଦିର ବାଲ୍ୟ ବିବାହ ପାଇଁ ଅପବାଦ ମୁଣ୍ଡାଇଥିଲା ।

ନେପାଳ ସୀମାକୁ ଲାଗି ରହିଛି ଉତ୍ତରାଖଣ୍ଡ ଆଲମୋରାଠାରେ ଥିବା ଗୋଲୁ ମନ୍ଦିର । ଅନେକ ସଂଖ୍ୟାରେ ନେପାଳି ଝିଅ ଏଠାକୁ ବିବାହ କରିବା ପାଇଁ ଆସିଥାନ୍ତି । ଗୋଲୁ ଦେବତାଙ୍କୁ ସେମାନେ ନ୍ୟାୟର ଦେବତା ବୋଲି ବିଚାର କରନ୍ତି । ତେଣୁ ନେପାଳରେ ୧୮ ବର୍ଷରୁ କମ୍ ବୟସର ଯୁବକ-ଯୁବତୀ ପ୍ରେମ କରିବା ପରେ ଗୋଲୁ ଦେବତାଙ୍କ ଆଶୀର୍ବାଦ ପାଇବା ଲାଗି ତାଙ୍କରି ମନ୍ଦିର ପରିସରରେ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି । ବିବାହ ପାଇଁ ଆସୁଥିବା ଯୋଡିଙ୍କ ବୟସ ଜାଣିବା ସମ୍ଭବ ହୋଇନଥାଏ ।

ତେଣୁ ଏହି ବାଲ୍ୟ ବିବାହ ରୋକିବାକୁ କଠୋର ପଦକ୍ଷେପ ନେଇଛି ମନ୍ଦିର ଟ୍ରଷ୍ଟ । ବିବାହ ପୂର୍ବରୁ ବର, କନିଆଙ୍କ ଆଧାର କାର୍ଡ ଯାଂଚ କରାଯାଉଛି । ଆଧାରା କାର୍ଡରେ ବୟସ ଓ ସଂପୂର୍ଣ୍ଣ ପରିଚୟ ରହୁଥିବାରୁ ଅନ୍ୟକିଛି ପ୍ରମାଣ ଦେବା ଆବଶ୍ୟକ ପଡିନଥାଏ । ବିବାହ ପାଇଁ ଆସୁଥିବା ପୁଅ, ଝିଅଙ୍କୁ ମନ୍ଦିର କମିଟି ସଦସ୍ୟ ଚିହ୍ନିଥିଲେ ଆଧାର କାର୍ଡ ଆବଶ୍ୟକ ହୋଇନଥାଏ । କିନ୍ତୁ ଅନ୍ୟମାନଙ୍କ କ୍ଷେତ୍ରରେ ବିବାହ ପାଇଁ ଆଧାରକାର୍ଡ ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।