ୟୁଆଇଡିଏଆଇର କଡା ଚେତାବନୀ : ଆଧାର କାର୍ଡ ଅନଲାଇନରେ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ନଚେତ ଭୋଗିବାକୁ ପଡିବ ଅନେକ ଅସୁବିଧା

72

ଆଜିକାଲି ଆଧାର କାର୍ଡ ନମ୍ବର ଲିକ ହେବାର ଗୁଡାଏ ମାମଲା ସାମନାକୁ ଆସୁଛି । ସେଥିପାଇଁ ଆଧାର କାର୍ଡଧାରୀଙ୍କୁ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣର ସତର୍କ ସୂଚନା । ଆଧାର ନମ୍ବରର ଅନଲାଇନ ବ୍ୟବହାରରେ କରୁଥିଲେ ହୋଇଯାଆନ୍ତୁ ସାବଧାନ । ୟୁଆଇଡିଏଆଇର କହିବାନୁସାରେ, ଅନଲାଇନରେ କୈାଣସି ବି କାମରେ ଆଧାର କାର୍ଡ ବ୍ୟବହାର କରୁଥିଲେ, ନିଜର ଆଧାର ନମ୍ବର ପରି ବ୍ୟକ୍ତିଗତ ତଥ୍ୟ ସହିତ ସତର୍କତା ଅବଲମ୍ବନ କରନ୍ତୁ । ୟୁଆଇଡିଏଆଇର ଏହି ସୂଚନା ଉପରେ ଧ୍ୟାନ ଦିଅନ୍ତୁ ନଚେତ ହୋଇପାରେ ବଡ ସମସ୍ୟା ।

ଗୁଗଲ ସର୍ଚ୍ଚରେ “ମେରା ଆଧାର, ମେରୀ ପହଚାନ” ଟାଇପ କଲେ ଆଧାରର ପିଡିଏଫ ଫାଇଲ ଖୋଲି ବ୍ୟକ୍ତିଗତ ତଥ୍ୟ ଲିକ ହେଉଥିବାର ଖବର ଆପଣ ଶୁଣିଥିବେ । ହେଲେ ଏହି ଅଭିଯୋଗକୁ ୟୁଆଇଡିଏଆଇ ଖଣ୍ଡନ କରିଛି ଓ ଦାବି କରିଛି ଯେ ଆଧାର ସମ୍ବନ୍ଧିତ ତଥ୍ୟ ଲିକ ହେବାର ପ୍ରସଙ୍ଗ ସମ୍ପୂର୍ଣ୍ଣ ରୂପେ କାଳ୍ପନିକ ।

ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(UIDAI) ର ବୟାନ ଅନୁସାରେ ଗୁଗଲ ସର୍ଚ୍ଚ କରୁଥିବାବେଳେ ଆଧାର ସଂପର୍କିତ ସୂଚନା ମିଳିଯାଉଥିବାର ଖବର ସତ୍ୟ ନୂୁହେଁ ଏବଂ ଆଧାର ଓ ତଦ୍ ସମ୍ବନ୍ଧୀୟ ତଥ୍ୟର ସୁରକ୍ଷା ସହ ଏହାର କୈାଣସି ସଂପର୍କ ନାହିଁ । ଆଧାର ଓ ତା’ର ତଥ୍ୟ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଅଛି । ଗୁଗଲ ସର୍ଚ୍ଚରେ ମିଳୁଥିବା ଆଧାର ସଂପର୍କିତ ତଥ୍ୟ ୟୁଆଇଡିଏଆଇର ଡାଟାବେସରୁ ନୁହେଁ । ଏହା ସହିତ ସେମାନେ କହିଲେ ଯଦି କେହି ବେଆଇନ ଭାବେ କାହାର ବ୍ୟକ୍ତିଗତ ତଥ୍ୟ ଯେପରିକି ଆଧାର କାର୍ଡ, ମୋବାଇଲ ନମ୍ବର, ବ୍ୟାଙ୍କ ଆକାଉଣ୍ଟ, ଫୋଟୋଗ୍ରାଫ ଆଦି ସାର୍ବଜନିକ କରୁଛନ୍ତି ତେବେ ତାଙ୍କ ବିରୋଧରେ ପୀଡିତ ବ୍ୟକ୍ତି ଅପରାଧିକ ମାମଲା ରୁଜୁ କରିପାରିବେ ।