ମୋଟାପଣ ଭୋଗୁଥିବା ରୋଗୀଙ୍କ ପାଇଁ ଖୁସି ଖବର : ମୋଟାପଣ ସୃଷ୍ଟିକାରୀ ଭୁତାଣୁ ବିରୁଦ୍ଧରେ ବିକଶିତ ହୋଇପାରେ ଟିକା

34

ଶୁଣିବାକୁ ଆପଣଙ୍କୁ ଅଜବ ଲାଗିପାରେ କିନ୍ତୁ ମୋଟାପଣ ସହିତ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ ଏହା ଏକ ଖୁସି ଖବର ହୋଇପାରେ । ଶୀଘ୍ର ହି ମୋଟାପଣ କମ୍ କରିବା ପାଇଁ ଟିକା ବିକସିତ କରାଯାଇପାରିବ । ଏଥିପାଇଁ ଏହା ସମ୍ଭବ ହୋଇପାରିବ କାହିଁକିନା ବୈଜ୍ଞାନିକମାନେ ମୋଟାପଣ ଓ ସଂକ୍ରାମକ ରୋଗ ବ୍ୟାପକ କରୁଥିବା ଭୁତାଣୁ ମଧ୍ୟରେ ସଂପର୍କ ଥିବାର ପ୍ରମାଣ ପାଇଛନ୍ତି ।

ବୈଜ୍ଞାନିକମାନେ ଏକ ଅନୁଧ୍ୟାନ କରିଛନ୍ତି ଯାହାର ଫଳାଫଳ ଜଣାଉଛି କି ଯାହାର ଓଜନ ସାମାନ୍ୟ ରହେ ତାଙ୍କର ତୁଳନାରେ ମୋଟାପଣର ଶିକାର ହେଉଥିବା ରୋଗୀଙ୍କ ଶରୀରରେ ଏଡନୋଭାଇରସ୍-୩୬ ୪ ଗୁଣ ପାଇବାକୁ ମିଳେ । ପଶୁଙ୍କ ଠାରେ କରାଯାଇଥିବା ଅନୁଧ୍ୟାନ ଜଣାଏ କି ଭାଇରସ୍ ଶରୀରର ୧୫ ପ୍ରତିଶତ ପର୍ୟ୍ୟନ୍ତ ଓଜନ ବଢ଼ାଇବା ପାଇଁ ଦାୟୀ । ଏହି ଭାଇରସ୍ ଦ୍ୱାରା ଶରୀରରେ ଦୁଇ ପ୍ରକାରର ପ୍ରଭାବ ପଡିବ । ଏହି ଭାଇରସ୍ ଫ୍ୟାଟ୍ କୋଷରେ ଉତ୍ତେଜନା ସୃଷ୍ଟି କରେ, ଯଦ୍ୱାରା ଜଳାପୋଡା ହେବା ସହିତ ଫୁଲିଯାଏ ଓ ତା’ପରେ କୋଷକୁ ମାରିବାରେ ଓ ଶରୀରରୁ ବାହାର ହେବାକୁ ବି ରୋକି ଦିଏ । ଯାହା କାରଣରୁ ଏହି ଫ୍ୟାଟ ସେଲ୍ସ ଶରୀରରେ ଜମା ହୋଇଥାଏ ଓ ମୋଟାପଣ ବଢ଼ାଇଥାଏ । ମାସାଚ୍ୟୁସେଟ୍ ବିଶ୍ୱବିଦ୍ୟାଳୟର ଡା. ବିଲମୋରଙ୍କ କହିବାନୁସାରେ, ଶ୍ୱାସ ସମ୍ବନ୍ଧୀୟ ରୋଗ ବ୍ୟାପକ କରିବାରେ ଦାୟୀ ଥିବା ଏଡନୋଭାଇରସ୍ ପାଇଁ ଟିକା ପ୍ରସ୍ତୁତ କରି ପୂର୍ବରୁ ହିଁ ୟୁଏସ୍ ଆର୍ମି ବ୍ୟବହାର କରୁଛି । ଏହି କଥାର ପ୍ରମାଣ ହେଉଛି ମୋଟାପଣ ସୃଷ୍ଟିକାରୀ ଭୁତାଣୁ ବିରୁଦ୍ଧରେ ଟିକା ବିକସିତ କରାଯାଇପାରିବ ।