ସ୍ୱାମୀ ସେନାରେ ଭର୍ତ୍ତି ଥିଲେ, ଘରେ କିଭଳି କଟିଥାଏ ପତ୍ନୀଙ୍କର ଜୀବନ? ପଢନ୍ତୁ ଜଣେ ଯବାନଙ୍କ ପତ୍ନୀଙ୍କର ହୃଦୟସ୍ପର୍ଶୀ କାହାଣୀ

1,231

କେବେ ଆପଣ ଚିନ୍ତା କରିଛନ୍ତି କି ଯଦି କାହାର ସ୍ୱାମୀ ସେନାରେ ନିଯୁକ୍ତ ଥାନ୍ତି ଆଉ ସେ ସୀମାରେ ନିୟୋଜିତ ଥାଆନ୍ତି ତେବେ ତାଙ୍କ ପତ୍ନୀଙ୍କର ଜୀବନ କିଭଳି ବିତିଥାଏ ? ଯଦି ନା ତେବେ ଏହି କାହାଣୀଟିକୁ ପଢିବା ପରେ ଆପଣ ଭାବିବେକି  ଯବାନ ହେବା ଯେତିକି କଷ୍ଟକର ନୁହେଁ ସେତିକି ତାଙ୍କର ପତ୍ନୀ ହୋଇ ରହିବା । ଏକଥା ଆମେ କହୁଁନାହୁଁ ବରଂ ଜଣେ ଯବାନଙ୍କର ପତ୍ନୀ ନିଜ କାହାଣୀରେ ଏସଂପର୍କରେ ଜଣାଇଛନ୍ତି । ନେହା କଶ୍ୟପ ଜଣେ ଯବାନଙ୍କ ପତ୍ନୀ । ହ୍ୟୁମାନ୍ସ ଅଫ ବମ୍ବେ ନାମକ  ଫେସବୁକ ପେଜରେ ଲେଖା ହୋଇଥିବା ତାଙ୍କର ଏକ ପୋଷ୍ଟ ଏବେ ଭାଇରାଲ ହୋଇଛି ।

ଅନେକ ଲୋକ ଏହି ପୋଷ୍ଟଟିକୁ ପଢି ସାରିଛନ୍ତି ଏବଂ ଏଯାବତ୍ ୧୦ ହଜାରରୁ ଅଧିକ ଏହାକୁ ସେୟାର ମଧ୍ୟ କରିସାରିଲେଣି । ନେହା ଏହି ପୋଷ୍ଟରେ ନିଜ ସ୍ୱାମୀଙ୍କୁ ପ୍ରଥମ ଥର ଭେଟିବାଠାରୁ ଆରମ୍ଭ କରି ସେ ସମସ୍ତ ଅନୁଭୂତିକୁ ଜାହିର କରିଛନ୍ତି , ଯାହା କୌଣସି ବି ବ୍ୟକ୍ତିକୁ ଭାବୁକ କରିଦେବ । ସେ ଏହି ପୋଷ୍ଟରେ ଲେଖିଛନ୍ତି କି, ଆମେ ପ୍ରଥମ ଥର ପାଇଁ ସେତେବେବେଳେ ଭେଟାଭେଟି ହୋଇଥିଲୁ ଯେତେବେଳେ  ମୁଁ ଲ କରୁଥିଲି ଏବଂ ସେ ଏକାଡେମୀରେ କ୍ୟାଡିଡେଟ ଥିଲେ । ସବୁକିଛି ବହୁତ ମଜାଳିଆ ଅନ୍ଦାଜରେ ଆରମ୍ଭ ହୋଇଥିଲା ।  ମୁଁ ଏବଂ ମୋର ବନ୍ଧୁମାନେ ମିଶି ପ୍ରତି ସପ୍ତାହର  ଶେଷ ଦିନରେ ୧୧ ଟଙ୍କାରେ ଗୋଟିଏ ବସ ଧରି ଏନଡିଏର ଏକାଡେମୀରେ ପହଂଚିଯାଉଥିଲୁ । କାହିଁକି ନା ଏଠିକାର କ୍ୟାଂଟିନରେ ମିଳୁଥିବା ଖାଦ୍ୟ ବହୁତ ଶସ୍ତା । ଏଭଳି ଭାବରେ ଆମେ ବନ୍ଧୁ ବନିଥିଲୁ ହେଲେ ଖୁବ ଶୀଘ୍ର ସେ ଦେହରାଦୁନର ଆଇଏମଏ ଚାଲିଗଲେ ଆଉ ପୁଣି ଅଫିସର ଭାବରେ ସାରା ଭାରତରେ ଅନେକ ଜାଗାରେ ତାଙ୍କର  ପୋଷ୍ଟିଂ ହୋଇଥିଲା ।

ଆପଣ ବିଶ୍ୱାସ କରିପାରିବେନି କି, ଏହି ସମୟରେ ଆମେ କେବଳ ଚିଠି ଜରିଆରେ ହିଁ ପରସ୍ପର ସହ   ଯୋଗାଯୋଗ କରୁଥିଲୁ । ୨୦୦୨ର ବର୍ଷ ଥିଲା ଏବଂ ମୋବାଇଲ ଫୋନ ସେତେବେଳେ ଭାରତରେ ନୂଆ କରି ଆସିଥାଏ । ଏଥିପାଇଁ ଆମେ ଚିଠି ଜରିଆରେ ହିଁ ପରସ୍ପର ସହ ଆମ ଜୀବନର ପ୍ରତିଟି ଘଟଣା ସଂପର୍କରେ ସେୟାର କରୁଥିଲୁ । ସେହି ସବୁ ଚିଠି ଗୁଡିକ ବହୁତ ପିଲାଳିଆମି ଥିଲା , କିନ୍ତୁ ଶାନଦାର ବି ଥିଲା । କାହିଁକି ନା ମୁଁ ତାଙ୍କୁ ଚିଠି ଜରିଆରେ ହିଁ ଜାଣିପାରିଥିଲି କି ଜଣେ ବ୍ୟକ୍ତି ଭାବରେ ସେ କେତେ  ଭଲ ଏବଂ ସାଧାରଣ ଲୋକ ଥିଲେ ।

ଏଭଳି ଭାବରେ ହିଁ ଛଅ ବର୍ଷ ବିତି ଯାଇଥିଲା । ଶେଷରେ ଗୋଟିଏ ଦିନ ସେ ମୋତେ ଏସଏମଏସ କରି କହିଲେ କି, ମୋ ହୃଦୟରେ ତୁମ ପାଇଁ ଅନୁଭବ ରହିଛି, ଏବଂ ମୁଁ ସବୁବେଳେ ତୁମ ସହ ରହିବାକୁ ଚାହୁଁଛି । ଏହି ସନ୍ଦେଶରେ ହିଁ ସବୁକିଛି ସ୍ଥିର ହୋଇଗଲା । କୌଣସି ପ୍ରକାରର କୌଣସି ଔପଚାରିକ ପ୍ରପୋଜାଲ କିମ୍ବା ଦିଖାୱା ନଥିଲା । ଯଦି ଥିଲା ତ କେବଳ ଭଲ ପାଇବା ଆଉ ସ୍ଥାୟିତ୍ୱ ।

ବିବାହ ପରେ ମୁଁ ତାଙ୍କ ସହ ଭଟିଣ୍ଡା ଚାଲିଆସିଥିଲି ।  ଯେଉଁ ଠି ମୁଁ ଓକିଲାତି କରିଥିଲି । ଆମେ ସେତେବେଳେ ପାଖାପାଖି ଅଢେଇ ବର୍ଷ ସାଥିରେ ରହିଥିଲୁ ଏବଂ ବାସ୍ତବରେ ସେ ଦିନ ମୋ ପାଇଁ ବହୁତ ଖାସ୍ ରହିଥିଲା । ହେଲେ ଏକ ପ୍ରୋଫେସନାଲ  ହେବା କାରଣରୁ ପ୍ରତି ଦୁଇ ବର୍ଷରେ ମୁଁ ତାଙ୍କ ସହ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଘୂରିବୁଲୁଥିଲି ।

 ଶେଷରେ ଆମେ ଦୁହେଁ ନିଷ୍ପତି ନେଲୁ କି, ମୁଁ ବମ୍ବେ ଚାଲି ଯିବି, ଯାହାଦ୍ୱାରା ମୁଁ ମୋର କ୍ୟାରିୟର ଆରମ୍ଭ କରିପାରିବି ଏବଂ ସେ ନିଜ ପୋଷ୍ଟିଂ ହିସାବରେ ନିଜ କାମ ଜାରି ରଖିପାରିବେ । ଏହି କାମ ବହୁତ ମୁସ୍କିଲ ଥିଲା । ଏହା ବାସ୍ତବରେ ବହୁତ କଷ୍ଟକର ଥିଲା ହେଲେ ପୁଣି ଅନେକ ଜିନିଷ ଯେଜାନାବଦ୍ଧ ହୋଇଗଲା । ଏକ ପରିବର୍ତ୍ତନ ଏହା ବି ହୋଇଥିଲା କି ଆମ ଲମ୍ବା ଲମ୍ବା ଚିଠି ଏବେ ଲମ୍ବା ହ୍ୱାଟସଆପ ଚାଟରେ ପରିବର୍ତ୍ତନ ହୋଇଗଲା ।

ପୁଣି ଆମେ ଅନେକ ଥର ୪-୪ ମାସ ପରେ ଭେଟାଭେଟି ହେଉ । କିନ୍ତୁ ତାଙ୍କ ସହ ବିତାଇଥିବା ସେହି ୧୫ ଦିନ ମୋ ପାଇଁ ଯେଭଳି କୌଣସି ବଡ ଦିନରୁ କମ ନଥିଲା । କେବଳ ମୋ ପାଇଁ ନୁହେଁ ଆମ ଦୁହିଁଙ୍କ ପାଇଁ ବି ଏହି ୧୫ ଦିନ ବହୁତ ଖାସ୍ ହୋଇଥାଏ । ଏବେ ଆମର ତିନି ବର୍ଷର ପୁଅଟିରେ ରହିଛି । ମୋତେ ଲାଗୁଛି କି, ଆର୍ମିର କୌଣସି ଯବାନଙ୍କ ନଜରରେ ଦେଶ ପାଇଁ ଯେଉଁ ଆତ୍ମବିଶ୍ୱାସ ରହିଛି ତାକୁ ବଖାଣିବାକୁ  ଶଦ୍ଦ ବି ନିଅଂଟ ପଡିବ । ଏଠାରେ ଆମେ ବୋନସ ଏବଂ ଛୁଟି ପାଇଁ ଅଭିଯୋଗ କରିଥାନ୍ତି ହେଲେ ସେନାରେ ପ୍ରମୋସନ ପୂର୍ବରୁ ଅଧିକାଂଶ ସମୟରେ ଆପଣ ସେହି ରାଙ୍କରେ  ଆଉ ସେହି ଦରମାରେ ବର୍ଷ ବର୍ଷ ଧରି କାମ କରିବାକୁ ପଡିଥାଏ ।

ଅନେକ ସମୟ ଏଭଳି ବି ହୋଇଥାଏ କି ଆମ ଭିତରେ ବହୁ ଦିନ ଧରି କଥାବାର୍ତ୍ତା ବି ହୋଇପାରି ନଥାଏ । କାହିଁକି ନା ସେତେବେଳେ ସେ ଏଭଳି ଜାଗାରେ ରହିଥାଆନ୍ତି କି ସେଠାରେ ନେଟୱର୍କ ବି ଠିକରେ ଆସିନଥାଏ । ପୁଣି କିଛି ଦିନ ପରେ ସେ ଫୋନ କରି କୁହନ୍ତି କି ସେ ଠିକ୍ ଅଛନ୍ତି ବୋଲି । ଏସବୁ ଆମ ପାଇଁ  ସହ୍ୟ କରିବା କେତେ ମୁସ୍କିଲ ହୋଇଥାଏ । ହେଲେ ତା ପରେ ବି ମୋର କାହିଁ ମନେ ପଡୁନି କି,  ମୋର କୌଣସି କଥାକୁ ନେଇ ସେ କେବେ କୌଣସି ଦିନ ମୋ ସହ ଝଗଡା କରିନାହାଁନ୍ତି କି , ଅଭିଯୋଗ ମଧ୍ୟ କଗରିନାହାଁନ୍ତି । ସେ ପ୍ରତିଦିନ ହସ ହସ ମୁହଁରେ ଉଠନ୍ତି କାହିକିଁ ନା ତାଙ୍କୁ ଜଣା ଥାଏ କି ସେ ନିଜ ଦେଶର ସେବା କରୁଛନ୍ତି ।