ମୋଦିଙ୍କ ବିରୋଧରେ ଚର୍ଚ୍ଚରୁ ଆସିଲା ଚିଠି !୨୦୧୯ ନିର୍ବାଚନରେ କେନ୍ଦ୍ରରେ ସରକାର ବଦଳାଇବାକୁ ଆର୍ଚ୍ଚ ବିଶପଙ୍କ ଆହ୍ୱାନ ।

52

ବର୍ତ୍ତମାନ ଦେଶରେ ଅଶାନ୍ତ ରାଜନୈତିକ ବାତାବରଣ ସହିତ ଧର୍ମ ନିରପେକ୍ଷତା କ୍ଷେତ୍ରରେ ମଧ୍ୟ ସଙ୍କଟ ଦେଖାଯାଉଥିବା ଦିଲ୍ଲୀ ଆର୍ଚ ବିଶପ ଅନିଲ ଜୋସେଫ ଥୋମାସ କ୍ୟୁଟୋ କହିଛନ୍ତି । ଆଗାମୀ ୨୦୧୯ ସାଧାରଣ ନିର୍ବାଚନ କିଭଳି ଶାନ୍ତିଶୃଙ୍ଖଳା ସହିତ ସମ୍ପନ୍ନ ହେବ ସେନେଇ ଦିଲ୍ଲୀ ଆର୍ଚ ବିଶପ ଏକ ଚିଠି ଜରିଆରେ ଦିଲ୍ଲୀର ସମସ୍ତ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକମାନଙ୍କୁ ଶୁକ୍ରବାର ବ୍ରତ ରଖିବା ପାଇଁ ଅନୁରୋଧ କରିଛନ୍ତି । ଏହି ଚିଠିକୁ ବିଜେପି ଶିବିରରେ ତୀବ୍ର ବିରୋଧ କରାଯାଇଥିବା ସୂଚନା ମିଳିଛି ।

ଏହି ଚିଠିରେ ଆର୍ଚ ବିଶପ ଉଲ୍ଲେଖ କରିଛନ୍ତି ଯେ ଆମ୍ଭେମାନେ ଏକ ବିଚିତ୍ର ରାଜନୈତିକ ମାହୋଲରେ ଆବର୍ତ୍ତମାନ କରୁଛୁ, ଯାହାଦ୍ୱାରା ଆମ ଦେଶର ସମ୍ବିଧାନ ଓ ଲୋକତନ୍ତ୍ର ମୂଲ୍ୟବୋଧତା ସହିତ ଧର୍ମ ନିରପେକ୍ଷତା ମଧ୍ୟ ସଙ୍କଟରେ ପଡିବା ସମ୍ଭାବନା ଦେଖାଦେଲାଣି । ଏହା ସହିତ ଚିଠିରେ ଉଲ୍ଲେଖ ଅଛି ଯେ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆ ସରକାର ହେବା ଜରୁରୀ ତେଣୁ ଦିଲ୍ଲୀର ସମସ୍ତ ଖ୍ରୀଷ୍ଟବାସୀ ୨୦୧୮ ମେ ମାସରୁ ଦେଶପାଇଁ ପ୍ରାର୍ଥନା କରିବା ଆବଶ୍ୟକ । ଆମ ଦେଶ ଏବଂ ରାଜନେତାଙ୍କ ପାଇଁ ସର୍ବଦା ପ୍ରାର୍ଥନା କରିବା ଆମ ପାଇଁ ପବିତ୍ର ପ୍ରଥା ଅଟେ । ଏଥିପାଇଁ ସମସ୍ତ ଖ୍ରୀଷ୍ଟ ଭାଇ ଓ ଭଉଣୀ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳା ସହିତ ହେବ ସେଥିପାଇଁ ବ୍ରତ ରଖନ୍ତୁ ବୋଲି ଚିଠିରେ ଅନୁରୋଧ କରିଛନ୍ତି ଅ।।ର୍ଚ ବିଶପ । ଏପରିକି ଯେତେବେଳେ ଯେକୌଣସି ନିର୍ବାଚନ ହୁଏ ସେତେବେଳେ ଆମ୍ଭମାନଙ୍କର ପ୍ରାର୍ଥନା କରିବା ସମୟ ଅଧିକ ହୋଇଥାଏ । ତେଣୁ ଆପଣ ମାନଙ୍କୁ ଅନୁରୋଧ ମାସ ଶେଷର ପ୍ରତି ଶୁକ୍ରବାର ବ୍ରତ ରଖି ଦେଶକୁ ସଙ୍କଟରୁ ବଞ୍ଚାଇବା ଜରୁରୀ ।

ଆର୍ଚ ବିଶପଙ୍କ ଏହି ଚିଠି ରାଜନୈତିକ ମାହୋଲରେ ହଟଚମଟ ସୃଷ୍ଟି କରିଛି । ଯାହାକୁ ନେଇ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ବରିଷ୍ଠ ନେତାମାନେ ଚିଠିର ଘୋର ବିରୋଧ କରିଛନ୍ତି । ଏହି ଚିଠି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ମୁଖତାର ଅବାସ ନକବୀ ପ୍ରତିକ୍ରିୟାରେ କହିଛନ୍ତି ଯେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଥିବା ଭେଦଭାବକୁ ଦୂରକରି ସମସ୍ତଙ୍କୁ ଏକତ୍ରିତ ହୋଇ ବଞ୍ଚିବାର ଦିଗରେ କାର୍ଯ୍ୟରତ ଅଛନ୍ତି । ତେଣୁ ଆର୍ଚ ବିଶୋପ ତାଙ୍କ ମାନସିକତା ପରିବର୍ତ୍ତନ କରି ପ୍ରଗତିଶୀଳ ଦିଗରେ ଚିନ୍ତା କରିବା ଦରକାର ବୋଲି କହିଛନ୍ତି ନକବୀ । ଏହାର ପ୍ରତି ଉତ୍ତରରେ ଦିଲ୍ଲୀ ଆର୍ଚ୍ଚ ବିଶପଙ୍କ ସଚିବ ଫାଦର ରବିସନ୍ କହିଛନ୍ତି , ଏହି ଚିଠି କୌଣସି ରାଜନୈତିକ କିମ୍ବା ପ୍ରଧାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୁହେଁ ବରଂ ଏହି ଚିଠିରେ ପ୍ରତି ଶୁକ୍ରବାର ଚର୍ଚ୍ଚରେ ଶାନ୍ତି ଶୃଙ୍ଖଳା ସହିତ ପ୍ରାର୍ଥନା କରିବା ପାଇଁ ଲେଖାଯାଇଛି ।