ଆମେରିକା ନ୍ୟୁୟର୍କରେ ଆତଙ୍କ । ଟ୍ରକ ଧକ୍କାରେ ୮ ମୃତ,ଅନେକ ଆହତ । ଆକ୍ରମଣକାରୀ ଗିରଫ

27

କନକ ବ୍ୟୁରୋ : ଆମେରିକାର ନ୍ୟୁୟର୍କରେ ଆତଙ୍କ । ନ୍ୟୁୟର୍କର ଲୋୟର ମେନହଟନର ୱାଲଡ ଟ୍ରେଡ ସେଂଟର ମୋମୋରିଆଲ ନିକଟରେ ଏକ ଟ୍ରକ ଲୋକଙ୍କ ଉପରେ ଚଢିଯାଇଥିଲା । ଏଥିରେ ପ୍ରାୟ ୮ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଆମେରିକା ପୋଲିସ ଅନୁସାରେ, ଆକ୍ରମଣକାରୀ ବୟସ ୨୯ ବର୍ଷ । ଆକ୍ରମଣ ପରେ ସନ୍ଦିଗ୍ଧ ଆତଙ୍କବାଦୀ ଫେରାର ପାଇଁ ଉଦ୍ୟମ କରୁଥିବା ସମୟରେ ପୋଲିସ ଗିରଫ କରିଛି । ତେବେ ଏହା ଆତଙ୍କବାଦୀ ଆକ୍ରମଣ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । କେଉଁ ସଙ୍ଗଠନ ବି ଏଥିପାଇଁ ଏ ଯାଏଁ ନିଜକୁ ଦାୟୀ କରିନାହାନ୍ତି ।

ପୋଲିସ ବି ଏ ବାବଦରେ ଅଧିକ ସୂଚନା ଦେଉନାହିଁ । କିଛି ପ୍ରତ୍ୟକ୍ଷଦର୍ଶୀ ଗୁଳି ଚାଲିଥିବାର ବି କହିଛନ୍ତି । ତେବେ ଆଇଏସ ବ୍ରିଟେନ, ଫ୍ରାନସ ଓ ଜର୍ମାନୀରେ ଏଭଳି ଆକ୍ରମଣ କରୁଥିବାରୁ ଆକ୍ରମଣ ପଛରେ ଆଇଏସର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଆକ୍ରମଣ ପରେ ରାଷ୍ଟପତି ଡୋନାଲଡ ଟ୍ରମ୍ପ କହିଛନ୍ତି- ବହୁତ ହୋଇଗଲା ଆମେରିକାରେ ଆତଙ୍କବାଦୀଙ୍କୁ ପଶିବାକୁ ଦିଆଯିବ ନାହିଁ । ମୃତକଙ୍କ ପରିବାର ଲୋକଙ୍କ ପ୍ରତି ବି ସେ ସମବେଦନା ପ୍ରକାଶ କରିଛନ୍ତି । ନ୍ୟୁୟର୍କ ସବୁବେଳେ ହାଇ ସିକ୍ୟୁରିଟି ଆଲର୍ଟରେ ରହିଥାଏ । ଏହା ମଧ୍ୟ ଆମେରିକାର ବ୍ୟବସାୟିକ ରାଜଧାନୀ, ଯାହାର ଲୋକସଂଖ୍ୟା ପ୍ରାୟ ୮ କୋଟି ୫୦ ଲକ୍ଷ ।