ଗୁଇନ୍ଦାବିଭାଗର ରିପୋର୍ଟ : ଭାରତରେ ଅନୁପ୍ରବେଶ ପାଇଁ ସୀମାରେ ୬୦୦ ଆତଙ୍କବାଦୀ ପ୍ରସ୍ତୁତ ହୋଇରହିଛନ୍ତି, ସୀମାରେ ଯବାନ ଆଲର୍ଟ

45

କନକ ବ୍ୟୁରୋ : ଦେଶରେ ଆତଙ୍କବାଦୀଙ୍କ ଆକ୍ରମଣ ବଢିବାରେ ଲାଗିଛି । ପ୍ରତ୍ୟେକ ସମୟରେ ଦେଶର ସୀମାରେ ଆତଙ୍କବାଦ ହେଉଥିବାରୁ ଅନେକ ଯବାନଙ୍କ ସହ ସାଧାରଣ ଲୋକମାନେ ମଧ୍ୟ ମୃତ୍ୟୁ ହେଉଛନ୍ତି । ଯାହାକୁ ନେଇ ଅକେ ସମୟରେ ସରକାର ଚିନ୍ତିତ ଥିବା ଦେଖାଯାଇଛି । ଆତଙ୍କବାଦକୁ ନିୟନ୍ତ୍ରଣ କରିବା ପାଇଂ ସରକାର ଅନେକ ଯୋଜନା କରିବା ସହ କୋଟି କୋଟି ଟଙ୍କା ବ୍ୟୟ ମଧ୍ୟ କରୁଛନ୍ତି । ତେବେ ବାରମ୍ବାର ଆତଙ୍କବାଦୀମାନେ ଆକ୍ରମଣ କରି ନିରୀହ ଲୋକମାନଙ୍କ ମାରୁଛନ୍ତି । ସୀମାରେ ହେଉ ଅବା ଦେଶ ଭିତରେ ହେଉ ସରକାର ଅନେକ ଗୁଇନ୍ଦା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ତେବେ ବର୍ତ୍ତମାନ ସମୟରେ ଯେଉଁ ସୂଚନା ଗୁଇନ୍ଦା ବିଭାଗ ଦେଇଛି ତାହା ଶୁଣି ସରକାରଙ୍କ ସହ ପ୍ରତିରକ୍ଷା ବିଭାଗର ଚିନ୍ତା ପଶିଛି । ଗୁଇନ୍ଦା ବିଭାଗ ସୂଚନା ଦେଇଛି ଯେ, ଅପରାଧିକ ଉଦ୍ଦେଶ୍ୟ ନେଇ ଭାରତକୁ ପ୍ରବେଶ କରିବା ନିମନ୍ତେ ନିୟନ୍ତ୍ରଣରେଖାର ବିଭିନ୍ନ ଲଞ୍ଚପ୍ୟାଡ ଠାରେ ୬୦୦ ସରିକି ଆତଙ୍କବାଦୀ ପ୍ରସ୍ତୁତ ହୋଇ ରହିଛନ୍ତି ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି।

 

ଗୃହ ବିଭାଗରେ ଦାଖଲ କରାଯାଇଥିବା ଏହି ରିପୋର୍ଟ ଅନୁସାରେ, ପାକିସ୍ତାନୀ ବଳ ଓ ସେନା କର୍ମଚାରୀମାନେ ଉକ୍ତ ଆତଙ୍କବାଦୀମାନଙ୍କୁ ସକ୍ରିୟ ସମର୍ଥନ କରୁଛି। ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ସମର୍ଥନ ଯୋଗାଇ ଦେଉଥିବା ସାହାଯ୍ୟକାରୀମାନେ ପାକିସ୍ତାନର ବର୍ଡର୍ ଆକ୍ସନ୍ ଟିମର ସଦସ୍ୟ ବୋଲି ବିଶ୍ୱାସ କରାଯାଉଛି। ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ଭାରତରେ ଅନୁପ୍ରବେଶ କରିବାକୁ ଚାହିଁ ବସିଥିବା ଆତଙ୍କବାଦୀଙ୍କ ମଧ୍ୟରେ ଏମାନଙ୍କ ସଂଖ୍ୟା ହେଉଛି ସବୁଠୁ ଅଧିକ। ବିଭିନ୍ନ ସେକ୍ଟରରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ରହିଥିବା ଆତଙ୍କବାଦୀଙ୍କ ସଂଖ୍ୟାର ଏକ ତାଲିକା କରିଛି ଗୁଇନ୍ଦା ବିଭାଗ। ଏହି ସବୁ ସେକ୍ଟରରେ ଆତଙ୍କବାଦୀମାନେ ଚଳପ୍ରଚଳ କରୁଥିବାର ଦେଖା ଯାଇଛି।

 

ଗୁରେଜ୍ ସେକ୍ଟର୍: ୬୭ ଜଣ ଆତଙ୍କବାଦୀ ପାକିସ୍ତାନର ବର୍ବାଦ୍, ସର୍ଦ୍ଦାରି, ଲୋସାର୍ କମ୍ଲେକ୍ସରେ ଉପସ୍ଥିତ ଅଛନ୍ତି।
ମାଚିଲି ସେକ୍ଟର୍: ୯୬ ଆତଙ୍କବାଦୀ
କେରାନ୍ ସେକ୍ଟର୍: ୧୧୭ ଜଣ ଆତଙ୍କବାଦୀ
ଟଙ୍ଗଧର ସେକ୍ଟର୍: ୭୯ ଜଣ ଆତଙ୍କବାଦୀ
ଉରି ସେକ୍ଟର୍: ୨୬ ଜଣ ଆତଙ୍କବାଦୀ
ରାମପୁର ସେକ୍ଟର୍: ୨୬ ଜଣ ଆତଙ୍କବାଦୀ
ପୁଞ୍ଚ୍ ସେକ୍ଟର୍: ୪୩ ଜଣ ଆତଙ୍କବାଦୀ
କୃଷ୍ଣା ଘାଟି ସେକ୍ଟର୍: ୨୧ ଜଣ ଆତଙ୍କବାଦୀ
ଭିମ୍ବର ଗଲ: ୪୦ ଜଣ ଆତଙ୍କବାଦୀ
ନୌସେରା ସେକ୍ଟର୍: ୬ ଜଣ ଆତଙ୍କବାଦୀ
ସୁନ୍ଦରବାଣୀ ସେକ୍ଟର୍: ୧୬ ଜଣ ଆତଙ୍କବାଦୀ

ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ୨୦୧୭ରେ ନିହତ ଆତଙ୍କବାଦୀଙ୍କ ସଂଖ୍ୟା ଥିଲା ୨୧୩, ୨୦୧୬ରେ ଏବଂ ୨୦୧୫ରେ ଏମାନଙ୍କ ସଂଖ୍ୟା ଯଥାକ୍ରମେ ଥିଲା ୧୫୦ ଓ ୧୦୮। ତେବେ ବାରମ୍ବାର ପାକିସ୍ତାନ ପଟୁ ହିଁ ଆତଙ୍କବାଦୀମାନେ ଭାରତ ମଧ୍ୟକୁ ଅନୁପ୍ରବେଶ କରନ୍ତି । ତେଣୁ ସରକାର ସୀମାରେ ଥିବା ଯୁବାନମାନଙ୍କୁ ସତର୍କ ରହିବା ପାଇଁ କହିଛନ୍ତି ।