୬ଟି ଭାରତୀୟ ବ୍ରାଣ୍ଡ, ଯାହାକି ବିଦେଶୀ କମ୍ପାନୀଙ୍କୁ ଦିଅନ୍ତି କଡା ଟକ୍କର । ଜାଣି ନଥିବେ ନାଁ

109

ସାରା ଦୁନିଆ ଭଳି ଭାରତରେ ମଧ୍ୟ ବ୍ରାଣ୍ଡର ଯାଦୁ ଚାଲିଛି । କିଛି ସମୟ ପୂର୍ବରୁ ବ୍ରାଣ୍ଡ ପ୍ରତି ଥିବା ଆଗ୍ରହ କେବଳ ଉଚ୍ଚ ଶ୍ରେଣୀୟ ଲୋକଙ୍କ ଠାରେ ଦେଖାଯାଉଥିଲା । କିନ୍ତୁ ଏବେ ପ୍ରତ୍ୟେକଙ୍କ ଠାରେ ଦେଖିବାକୁ ମିଳୁଛି । ମହିଳା ହୁଅନ୍ତୁ ବା ପୁରୁଷ, ପିଲା ହୁଅନ୍ତୁ ବା ବୁଢ଼ା ଆଜିକାଲି ପ୍ରତ୍ୟେକ ବ୍ରାଣ୍ଡ ପିନ୍ଧିବା ଏବଂ ବ୍ରାଣ୍ଡେଡ୍ ଦେଖିବା ପସନ୍ଦ କରନ୍ତି । ଯେତେବେଳେ ଆମେ ବଡ ବଡ ବ୍ରାଣ୍ଡର କଥା ହେଉ, ସେତେବେଳେ ଆମ ଦିମାଗରେ ପ୍ରଥମେ ବିଦେଶୀ କମ୍ପାନୀ ଗୁଡିକର ନାମ ଆସେ । ଲୋକଙ୍କ ଧାରଣା ଏହା ଯେ କେବଳ ବିଦେଶୀ ବ୍ରାଣ୍ଡ ହିଁ ଭଲ ଥାନ୍ତି । ଯଦି ଆପଣ ବି ଏହା ଭାବୁଛନ୍ତି, ତା’ହେଲେ ଏହି ରିପୋର୍ଟ ଆପଣଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିଦେବ ।

ମାଇକ୍ରୋମ୍ୟାକ୍ସ : ୨୦୧୦ ମସିହାରେ ଲଂଚ କରାଯାଇଥିବା ଏହି ମୋବାଇଲ ବ୍ରାଣ୍ଡ ବହୁତ କମ୍ ସମୟରେ ବହୁତ ପ୍ରସିଦ୍ଧ ହୋଇଗଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ହରିୟାଣାର ଗୁଡଗାଓଁ ରେ ଅବସ୍ଥିତ । ଏହି ଫୋନ୍ ଆସୁ ଆସୁ ସାମସଂଗ ଭଳି ସ୍ଥାପିତ ବ୍ରାଣ୍ଡର ବିକ୍ରି ଉପରେ ଗଭୀର ପ୍ରଭାବ ପକାଇ ବଜାରରେ କବ୍ଚା କରିନେଇଥିଲା । ୨୪ ଜାନୁୟାରୀ ୨୦୧୪ରେ ମାଇକ୍ରୋମ୍ୟାକ୍ସ ପ୍ରଥମ ଭାରତୀୟ ବ୍ରାଣ୍ଡ ବନିଥିଲା, ଯାହାର ବିକ୍ରି ରୁଷ୍ ରେ କରାଯାଇଥିଲା ।

ଲାକମେ : ଲାକମେ ଅନେକ ବ୍ୟୁଟି ବ୍ରାଣ୍ଡକୁ କଡା ଟକ୍କର ଦେଉଛି । ଏହାର ଆରମ୍ଭ ବର୍ଷ ୧୯୫୨ରେ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କ କହିବା ଦ୍ୱାରା କରାଯାଇଥିଲା । ଏହି କଥା ଉପରେ ସେ ପ୍ରଭାବିତ ଥିଲେ ଯେ, ଭାରତୀୟ ମହିଳା ବିଦେଶୀ ପ୍ରସାଧନ ସାମଗ୍ରୀରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ସେଥିପାଇଁ ସେ ଜେଆରଡି ଟାଟାଙ୍କୁ ଭାରତରେ ପ୍ରସାଧନ ସାମଗ୍ରୀ ନିର୍ମାଣ କରିବାକୁ କହିଥିଲେ । ଏମିତି ରୂପେ ଲାକମେ ର ସ୍ଥାପନା ହେଲା ।

ଏୟାରଟେଲ୍ : ଭାରତ ଏୟାରଟେଲ୍ କମ୍ପାନୀ କେବଳ ଭାରତ ହିଁ ନୁହେଁ ବରଂ ଦୁନିଆର ପ୍ରମୁଖ ଟେଲିକମ୍ୟୁନିକେସନ୍ କମ୍ପାନୀ । ଏହାର ମୁଖ୍ୟାଳୟ ଦିଳ୍ଲୀରେ ଅଛି ଏବଂ ଏହାର ମାଲିକ ସୁନୀଲ ଭାରତୀ ମିତ୍ତଲ । ଅଗଷ୍ଟ ୨୦୧୩ ପର୍ଯ୍ୟନ୍ତ ଏହି ଭାରତୀୟ ବ୍ରାଣ୍ଡ ସାରା ଦୁନିଆରେ ପାଖାପାଖି ୨୭୫ ମିଲିୟନ ସବସ୍କ୍ରାଇବର ହୋଇସାରିଛନ୍ତି ।

ରେମଣ୍ଡ : ମୁମ୍ବାଇର ଏହି କମ୍ପାନୀ ଭାରତର ଫେବ୍ରିକ୍ ମାର୍କେଟରେ ପାଖାପାଖି ୬୦% ସେୟାର ରଖେ । ଏହା ସହିତ ଦୁନିଆର ସବୁଠାରୁ ପସନ୍ଦ କରାଯାଉଥିବା ଫେବ୍ରିକ ବ୍ରାଣ୍ଡ ମଧ୍ୟରୁ ଗୋଟାଏ । ଏହାର ଉତ୍ପାଦ ପାଖାପାଖି ୫୫ଟି ଦେଶକୁ ରପ୍ତାନି ହୁଏ, ଯେଉଁଥିରେ ସଂଯୁକ୍ତ ରାଜ୍ୟ ଆମେରିକା, କାନାଡା, ୟୁରୋପ ଏବଂ ଜାପାନ ଭଳି ଦେଶ ସାମିଲ ଅଛନ୍ତି ।

 

ରୋୟାଲ ଏନଫିଲ୍ଡ : ଚେନ୍ନାଇରେ ସ୍ଥିତ ଭାରତୀୟ ମୋଟରସାଇକିଲର ଏହି ବ୍ରାଣ୍ଡକୁ ସମଗ୍ର ଦୁନିଆରେ ପସନ୍ଦ କରାଯାଏ । ଏହି କମ୍ପାନୀ ଦ୍ୱାରା ଉତ୍ପାଦିତ ବାଇକ୍ କୁ ୟୁରୋପ ଓ ଆମେରିକା ଭଳି ଦେଶ ଗୁଡିକୁ ମଧ୍ୟ ରପ୍ତାନୀ କରାଯାଏ ।

ଅମୂଲ : ଅମୂଲର ସ୍ଥାପନା ଗୁଜରାଟ ସହକାରୀ ଦୁଗ୍ଧ ବିପଣନ ସଂଘ ଦ୍ୱାରା ବର୍ଷ ୧୯୪୬ରେ କରାଯାଇଥିଲା । ଭାରତରେ ଶ୍ୱେତ କ୍ରାନ୍ତି ଆଣିବାର ଶ୍ରେୟ ଏହି ବ୍ରାଣ୍ଡକୁ ମନାଯାଏ । ଭାରତ ସହିତ ବିଦେଶରେ ମଧ୍ୟ ଏହି ବ୍ରାଣ୍ଡ ପ୍ରତି ଲୋକଙ୍କ ବିଶ୍ୱସନୀୟତା ବହୁତ ଅଧିକ ।