ବେରୋଜଗାରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ଇଣ୍ଡିଆନ ଅଏଲରେ ଚାକିରୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କିପରି କରିବେ ଆବେଦନ ।

59

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (IOCL) ପକ୍ଷରୁ ଜୁନିୟର ଅପରେଟର ପଦ ପାଇଁ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଜୁଲାଇ ୭ ତାରିଖ ପୂର୍ବରୁ ଏହି ପଦଗୁଡିକ ପାଇଁ ଆବେଦନ କରିପାରିବେ । ଆଶାୟୀମାନେ ଆବେଦନ କରିବା ପୂର୍ବରୁ ଏହି ପଦ ପାଇଁ ସମ୍ବନ୍ଧୀତ ସୂଚନା ଜାଣିରଖିବା ଆବଶ୍ୟକ ।

ପଦ – ଜୁନିୟର ଅପରେଟର

ପଦ ସଂଖ୍ୟା – ୫୦ଟି

ଯୋଗ୍ୟତା – କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ଯୁକ୍ତ ୨ ଏବଂ ଆଇଟିଆଇ କୋର୍ସ କରିଥିବା ଆବଶ୍ୟକ

ବୟସ ସୀମା – ଆଶାୟୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୨୬ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା – ଆଶାୟୀମାନଙ୍କର ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ କରାଯିବ

ଅନ୍ତିମ ତାରିଖ – ୭ ଜୁଲାଇ ୨୦୧୮

ଦରମା – ୧୦,୫୦୦ ରୁ ୨୪,୫୦୦

ଆବେଦନ ଶୁଳ୍କ – ଜେନେରାଲ କିମ୍ବା ଓବିସି ବର୍ଗ ଆଶାୟୀମାନଙ୍କ ପାଇଁ ୧୦୦ ଟଙ୍କା ଏବଂ ଏସସି ଏସଟି ଆଶାୟୀମାନେ ସମ୍ପୂର୍ଣ୍ଣ ମାଗଣାରେ ଆବେଦନ କରିପାରିବେ

ଆବେଦନ ପ୍ରକ୍ରିୟା – ପଦ ପାଇଁ ଇଚ୍ଛୁକ ଥିବା ଆଶାୟୀମାନେ ଅଫିସିଆଲ ୱେବସାଇଟ www.iocl.com ରେ ଲଗ ଇନ କରି ଆବେଦନ କରିପାରିବେ ।