ଗ୍ରାହକଙ୍କ ପାଇଁ ଖୁସି ଖବର ! ୧୫୦୦ ଟଙ୍କାରୁ କମ୍ ମୂଲ୍ୟରେ ମିଳୁଛି ଚାରୋଟିି ୪ଜି ସ୍ମାର୍ଟଫୋନ୍

64

ରିଲାଏନ୍ସ ଜିଓର ଜିଓ ଫୋନ୍ ଆସିବା ପରେ ମୋବାଇଲ ଓ ଟେଲିକମ୍ କମ୍ପାନୀ ବଜାରରେ ଶସ୍ତା ସ୍ମାଟଫୋନ୍ ଲଂଚ ହେବାର ଏକ ଟ୍ରେଣ୍ଡ ଚାଲିଛି । ଜିଓ ଫିଚର ଫୋନକୁ ଟକ୍କର ଦେବା ପାଇଁ ଏୟାରଟେଲ, ବିଏସଏନଏଲ୍ ଓ ଭୋଡ଼ାଫୋନ୍ ଆଣିଛନ୍ତି ଶସ୍ତା ସ୍ମାର୍ଟଫୋନ୍ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁମାନେ ଟଙ୍କା ଅଭାବରୁ ୪ଜି ହ୍ୟାଣ୍ଡସେଟ୍ କିଣିପାରୁ ନାହାନ୍ତି , ସେମାନେ ଅଳ୍ପ ଟଙ୍କା ବ୍ୟୟରେ ପାଇପାରିବେ ୪ଜି ଫୋନ୍ । ଏହାସହ ଏହି ଫୋନ ଗୁଡ଼ିକର ମୂଲ୍ୟ ମଧ୍ୟ ବହୁତ କମ୍ । ଏହି ସବୁ ହ୍ୟାଣ୍ଡସେଟ୍ ୧୫୦୦ ଟଙ୍କା ମୂଲ୍ୟରେ ବଜାରରେ ଉପଲବ୍ଧ । ଏମତିରେ ପ୍ରଥମେ ଯେଉଁଠି ଗ୍ରାହକମାନେ ୪ଜି ଫୋନ କିଣିବା ପାଇଁ ଅଧିକ ଟଙ୍କା ଦେବାକୁ ଅରାଜି ହେଉଥିଲେ ତାଙ୍କ ପାଇଁ ବହୁତ ସୁବିଧା ହେଲା । ତେବେ ଆସନ୍ତୁ ଜାଣିବା ମାର୍କେଟରେ ୫ ଏପରି ସ୍ମାର୍ଟଫୋନ ଯାହାର ମୂଲ୍ୟ ୧୫୦୦ ରୁ ମଧ୍ୟ କମ୍ ।

ଏୟାରଟେଲ କାର୍ବନ ଏ୪୦ ଇଣ୍ଡିଆନ୍ –
ଏୟାରଟେଲ ଓ କାର୍ବନ ସହ ମିଶି ତିଆରି କରିଛନ୍ତି ଏୟାରଟେଲ କାର୍ବନ ଏ୪୦ ଇଣ୍ଡିଆନ୍ ଫୋନ୍ । କାର୍ବନ ଏ୪୦ ଇଣ୍ଡିଆନ୍ ସ୍ମାର୍ଟଫୋନର ମୂଲ୍ୟ ୨୮୦୦ ଟଙ୍କାରୁ ମଧ୍ୟ ଅଧିକ । କିନ୍ତୁ ଏବେ ଏହାର ମୂଲ୍ୟ ୧୩୯୯ ଟଖାଯାଇଛି । ଏଥିିରେ ୪ ଇଂଚର ଡିସପ୍ଲେ ସ୍କ୍ରିନ, ୧.୩ ମେଗାହର୍ଟଜ ପ୍ରୋସେସର, ୧ ଜିବି ରାମ, ୮ ଜିବି ଇନଟରନାଲ ଷ୍ଟୋରଜ, ୧୪୦୦ ଏମଏମଏଚ ବ୍ୟାଟେରୀ ଓ ୨ ମେଗାପିକ୍ସେଲ ରିୟର କ୍ୟାମେରା ଦିଆଯାଇଛି ।

ଏୟାରଟେଲ ସେଲକୋନ୍ ସ୍ୱାର୍ଟଫୋନ୍ –
କାର୍ବନ ବ୍ୟତୀତ ଏୟାରଟେଲ୍, ସେଲକୋନ କମ୍ପାନୀ ସହ ମିଶି ଏକ ନୂଆ ତଥା ଶସ୍ତା ୪ଜି ସ୍ମାର୍ଟଫୋନ ବଜାରକୁ ଆଣିଛି । ଯାହାର ବଜାର ମୂଲ୍ୟ ରହିଚି ୨୮୦୦ ଙ୍କା । କିନ୍ତୁ ଏହାର ଗ୍ରାହକ ଏହି ଫୋନକୁ ୧୩୪୯ ଟଙ୍କାରେ କିଣିପାରିବେ । ଏଥିରେ  ୪ଜି ସପୋର୍ଟ ବ୍ୟତୀତ ୪ ଇଂଚ ଟଚସ୍କ୍ରିନ, ଡୁଆଲ ସିମ୍ ଓ ଏଫଏମ ରେଡ଼ିଓ ପରି ଫିଚର ରହିଛି ।

ଭୋଡ଼ାଫୋନ୍ ମାଇକ୍ରୋମାକ୍ସ ଭାରତ ୨ ଅଲଟ୍ରା –
ଟେଲିକମ୍ କମ୍ପାନୀ ଭୋଡ଼ାଫୋନ୍, ଏହି ଫୋନକୁ ମାଇକ୍ରେମାମାକ୍ସ ସହ ମିଳିତ ଭାବେ ଆଣିଛନ୍ତି । ଏହି ୪ଜି ସ୍ମାର୍ଟଫୋନକୁ ଭାରତ ୨ ଅଲଟ୍ରା ମଡ଼େଲ ନାଁରେ ମାର୍କେଟକୁ ଅଣାଯାଇଛି । ମାଇକ୍ରୋମାକ୍ସର ଏହି ଫୋନର ମୂଲ୍ୟ ୨୮୯୯ ଟଙ୍କା ରହିଛି । କିନ୍ତୁ ଗ୍ରାହକ ଏହି ଫୋନକୁ ମାତ୍ର ୯୯୯ ଟଙ୍କାରେ କିଣିପାରିବେ ଗ୍ରାହକ ।

ମାଇକ୍ରେମାମାକ୍ସ ଭାରତ ୱାନ ୪ଜି –
ବିଏସଏନଏଲ ଓ ମାଇକ୍ରେମାମାକ ମଧ୍ୟ ଆଣିଛନ୍ତି ଏକ ୪ଜି ଫୋନ୍ । ଏହାକୁ ମାଇକ୍ରୋମାକ୍ସ ଭାରତ ୧ ମଡ଼େଲ ନାଁ ଆଣିଛି । ଏହାର ବଜାର ମୂଲ୍ୟ ୨,୨୦୦ ଟଙ୍କା ରହିଛି କିନ୍ତୁ ଏହାର ପ୍ରକୃତ ମୂଲ୍ୟ ବହୁତ କମ୍ ରହିଛି ।

ରିଲାଏନ୍ସ ଜିଓ ଫୋନ୍ –
ରିଲାଏନ୍ସଜ ଜିଓ ସ୍ମାର୍ଟଫୋନ୍ ନୁହେଁ ଏକ ଫିଚର ଫୋନ୍ । କିନ୍ତୁ ଏଥିରେ ଦିଆଯାଇଥିବା ଫିଚର କୌଣସି ସ୍ମାର୍ଟଫୋନରୁ କମ ନୁହେଁ । ଏହି ଫୋନ ୨୨ ଟି ଭାଷାରେ ସପୋର୍ଟ କରେ । ଏହା ବ୍ୟତୀତ ଏଥିରେ ଜିଓ ସିନେମା, ଜିସ ଟିଭି ଓ ଜିଓ ମ୍ୟୁଜିକ୍ ଆପ ପ୍ରିି ଡ଼େଡ଼୍ । ଏଥିରେ ରହିଚି ପାୱାରଫୁଲ୍ ସ୍ପିକର ।