ପ୍ରକାଶ ପାଇଲା ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକା ! ଭାରତର ୪୯ ଶିକ୍ଷାନୁଷ୍ଠାନ ସାମିଲ

418

ଟାଇମ୍ସ ହାୟର ଏଜୁକେସନର ପ୍ରତିଷ୍ଠିତ ଇମର୍ଜିଂ ଇକୋନୋମିକ ୟୁନିଭର୍ସିଟି ରାଙ୍କିଂ ଜାରି ହୋଇଯାଇଛି । ଏହି ତାଲିକାରେ ଭାରତର ୪୯ ଶିକ୍ଷାନୁନୁଷ୍ଠାନ ସାମିଲ ଅଛି । ଯାହା ଭାରତ ପାଇଁ ଗୌରବର ବିଷୟ । ୪୯ଟି ମଧ୍ୟରୁ ଭାରତର ୨୫ ଶିକ୍ଷାନୁଷ୍ଠାନ ଟପ୍ ୨୦୦ରେ ନିଜ ସ୍ଥାନ ବଜାୟ ରଖିଥିବାରେ ସଫଳ ହୋଇଛନ୍ତି । ତାଲିକାରେ ଆଇଆଇଟି ସମେତ ଅନେକ ସଂସ୍ଥାନ ନିଜର ସ୍ଥାନ ବଜାୟ ରଖିଛନ୍ତି ।

Indian Institute of Science: ଭାରତର ପକ୍ଷରୁ ପ୍ରଥମ ସ୍ଥାନରେ ତଥା ତାଲିକାର ୧୪ ତମ ସ୍ଥାନ ଅଧିକାର କରିଛି Indian Institute of Science । ତେବେ ଏହି ଶିକ୍ଷାନୁଷ୍ଠାନ ଗତ ବର୍ଷ ୧୩ ତମ ସ୍ଥାନ ଅଧିକାର କରିଥିଲା । ଯାହା ଏବେ ତଳକୁ ଖସିଆସିଛି ।

Indian Institute of Technology:  ଏହି ତାଲିକାରେ ୭ଟି ଆଇଆଇଟି ଶିକ୍ଷାନୁଷ୍ଠାନ ନିଜର ସ୍ଥାନ ଅଧିକାର କରିଛି । ଏଥିରେ ଆଇଆଇଟି ବମ୍ବେ ୨୭ ତମ, ଆଇଆଇଟି ରୁଡ଼କି ୩୫ ତମ, ଆଇଆଇଟି କାନପୁର ୪୬ତମ, ଆଇଆଇଟି ଖଡ଼ଗପୁର ୫୫ ତମ ସ୍ଥାନ, ଆଇଆଇଟି ଇନ୍ଦୋର ୬୧ ତମ, ଆଇଆଇଟି ଦିଲ୍ଲୀ ୬୬ ତମ, ଆଇଆଇଟି ମାଦ୍ରାସ ୭୫ ତମ ସ୍ଥାନରେ ଅଛନ୍ତି ।

JSSATEN : ଆଇଆଇଟି ଇନ୍ଦୋର ପରେ ଜେଏସଏସ ଏକାଡେମୀ ଅଫ୍ ହାୟର ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ୬୪ ତମ ସ୍ଥାନ ଅଧିକାର କରିଛି । ଚଳିତ ଥର ଏହି ଶିକ୍ଷାନୁଷ୍ଠାନର ରାଙ୍କିଂ ଉପରକୁ ଉଠିଛି ।

 Savitribai Phule Pune University: ୯୩ ତମ ସ୍ଥାନରେ ରହିଛି ସାବିତ୍ରି ବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟ ।

୧୦୯ ତମ ସ୍ଥାନରେ ଅଛି ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ । ଅନ୍ୟପଟେ ୧୧୬ ତମ ସ୍ଥାନରେ ଅଛି ତେଜପୁର ବିଶ୍ୱବିଦ୍ୟାଳୟ । ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ୧୨୭ ତମ ସ୍ଥାନରେ ଥିବାସହ ଜାଦବପୁର ବିଶ୍ୱବିଦ୍ୟାଳୟ ୧୩୦ ତମ ସ୍ଥାନରେ ରହିଛି ।

ଲଣ୍ଡନ ସ୍ଥିତ ଟାଇମ୍ସ ହାୟର ଏଜୁକେସନ୍ ଅନୁସାରେ ୨୦୧୯ର ସୂଚୀ ଅନୁସାରେ ସବୁଠାରୁ ଅଧିକ ସ୍ଥାନ ଅଧିକାର କରିଛି ଚୀନ । ତାଲିକାରେ ଚୀନର ଶିଙ୍ଗୁଆ ୟୁନିଭର୍ସିଟି ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ତାଲିକାରେ ଶ୍ରେଷ୍ଠ ୫ ୟୁନିଭର୍ସିଟିରେ ରହିଛି ଚୀନର ୪ଟି ବିଶ୍ୱବିଦ୍ୟାଳୟ ।