ବିଶ୍ୱର ଏଭଳି ଏକ ସ୍ଥାନ ଯେଉଁଠି ଚାଷ କରାଯାଏ ସାପ ! ଏଠାରେ ଦେଖାଯାଏ ମାଳ ମାଳ ସାପ ।

151

ବର୍ତ୍ତମାନ ଓଡିଶାର ଭଦ୍ରକ ଜିଲ୍ଲା ଖୁବ୍ ଚର୍ଚ୍ଚାରେ ରହିଛି । ଏହାର ମୂଳରେ ରହିଛି ଏହି ସ୍ଥାନର ଏକ ଘରୁ ବାହାରିଥିବା ଶହ ଶହ ସାପ । ଧାମନଗର ଏବଂ ପାଇକସାହିରେ ବାହାରିଥିବା ଏହି ନାଗ ଛୁଆ ସେଠାକାର ଲୋକଙ୍କ ନିଦ ହଜାଇ ଦେଇଥିବା ବେଳେ ଏହି ସାପଙ୍କୁ ଠାବ କରିବା ପାଇଁ ସ୍ନେକ୍ ରେସକ୍ୟୁ ଟିମ୍ ଏବେ ମଧ୍ୟ ନିଜର ପ୍ରୟାସ ଜାରି ରଖିଛି । ତେବେ ଆପଣ ଜାଣନ୍ତି କି ଏମିତି ଏକ ସ୍ଥାନ ଅଛି ଯେଉଁଠି ଚାଷ କରାଯାଏ ସାପ । ସାପ ଏକ ବିଷାକ୍ତ ଜୀବ । ଆପଣ ଚିନ୍ତା କରୁଥିବେ ସାପକୁ ପୁଣି କେଉଁଠି ଚାଷ କରାଯାଏ । ତେବେ ଏକଥା ସମ୍ପୂର୍ଣ୍ଣ ସତ । ଆମ ପଡ଼ୋଶୀ ଦେଶ ଚୀନରେ ହୁଏ ସାପ ଚାଷ । ଲକ୍ଷ ଲକ୍ଷ ସଂଖ୍ୟାରେ ଚୀନରେ କରାଯାଏ ସାପ ଚାଷ ।

 

ଚୀନର ଏକ ଗାଁରେ ହୁଏ ବିଷାକ୍ତ ସାପ ଚାଷ । ଚୀନର ଜିସିକିୟାୟୋ ଗାଁରେ ହୁଏ ସାପ ଚାଷ । ଏହି ଗାଁରେ ପ୍ରତି ବର୍ଷ ୩୦ ଲକ୍ଷରୁ ଅଧିକ ସାପ ଉତ୍ପାଦନ କରାଯାଏ । ଏହି ଗାଁର ଜନସଂଖ୍ୟା ପ୍ରାୟ ୧ ହଜାର । ଜିସିକିୟାୟୋ ଗାଁରେ ହେଉଥିବା ଚାଷ ଭିତରେ ଅଜଗର, ନାଗ ଓ ଗୋଖର ପରି ବିଷାକ୍ତ ସାପ ଚାଷ କରାଯାଏ । ସାପର ମାଂସ ଓ ଅନ୍ୟ ଅଙ୍ଗ ପାଇଁ ଏଠାରେ ସାପ ଚାଷ କରାଯାଏ । ସାପର ମାଂସ ଚୀନା ଲୋକମାନେ ବହୁତ ଉତ୍ସାହ ସହକାରେ ଖାଆନ୍ତି । ଏହା ବ୍ୟତୀତ ସାପ ମାନଙ୍କ ବିଭିନ୍ନ ଅଙ୍ଗକୁ ଔଷଧ ତିଆରି କରିବା ପାଇଁ ବ୍ୟବହାର କରାଯାଏ ।

ଜିସିକିୟାୟୋ ଗାଁରେ ପ୍ରଥମେ ଚା’, ଝୋଟ ଆଦିର ଚାଷ କରାଯାଉଥିଲା । ତେବେ ଆଜି ଏହି ଗାଁରେ ହେଉଛି ସାପ ଚାଷ । କେବଳ ଚୀନରେ ନୁହେଁ ପୁରା ବିଶ୍ୱରେ ସାପ ଚାଷ କରିବା ପାଇଁ ଏହି ଗାଁ ଜଣାଶୁଣା । ଏହି ଗାଁର ଜଣେ କୃଷକ ହୋଙ୍ଗ ଚେଙ୍ଗ ପ୍ରଥମେ ଆରମ୍ଭ କରିଥିଲେ ବିଷାକ୍ତ ସାପ ଚାଷ । ତାଙ୍କ କହିବା ଅନୁସାରେ ସେ ଯୁବାବସ୍ତାରେ ବହୁତ ବଡ଼ ରୋଗରେ ପିଡ଼ୀତ ଥିଲେ । ଆଉ ଚିକିତ୍ସା ପାଇଁ ସାପର ଦରକାର ପଡ଼ିଲା । ଆଉ ଏଥିପାଇଁ ସେ ଜଙ୍ଗଲରୁ ଏକ ବିଷାକ୍ତ ସାପ ଧରିଥିଲେ । ତେବେ ସେହି ସମୟରେ ତାଙ୍କ ମୁଣ୍ଡରେ ଜୁଟିଲା ସାପ ବ୍ୟବସାୟ କଥା । ତାପରେ ସେ ଆରମ୍ଭ ଲେ ସାପ ଚାଷ । ତାଙ୍କୁ ଏହି ଚାଷର ଆମଦାନୀ ବଢ଼ିବା ପରେ ଅନ୍ୟ କୃଷକ ମାନେ ମଧ୍ୟ ତାଙ୍କ ପନ୍ଥା ଅନୁଶରଣ କଲେ ।

ବର୍ତ୍ତମାନ ସମୟରେ ତାଙ୍କ ଗାଁରେ ଅଛି ୧୦୦ରୁ ଅଧିକ ସ୍ନେକ ଫାର୍ମ । କାଠ ଓ କାଚର ଛୋଟ ଛୋଟ ବାକ୍ସରେ ହୁଏ ସାପ ଚାଷ । ସାପରକୁ କାଟି ତା’ ମାସକୁ ଖାଦ୍ୟ ଓ ଔଷଧ ରୂପରେ ବ୍ୟବହାର କରାଯାଏ । ଏବଂ ଚମଡ଼ାକୁ ବ୍ୟାଗ ତିଆରି ପାଇଁ ବ୍ୟବହାର କରାଯାଏ ।