ଜଗାବଳିଆଙ୍କ ପାଇଁ ୩୦ ଡାକ୍ତର ! ଏମ୍ସରେ ହେବ ଯୋଡା ମୁଣ୍ଡ ଶିଶୁଙ୍କ ଚିକିତ୍ସା

78

କନକ ବ୍ୟୁରୋ : ଜଗାବଳିଆଙ୍କ ପାଇଁ ୩୦ ଡାକ୍ତର ! ଏମ୍ସରେ ହେବ ଯୋଡା ମୁଣ୍ଡ ଶିଶୁଙ୍କ ଚିକିତ୍ସା କନ୍ଧମାଳର ଯୋଡା ମୁଣ୍ଡ ଥିବା ଶିଶୁଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଗଠନ ହୋଇଛି ସ୍ୱତନ୍ତ୍ର ଡାକ୍ତରୀ ଦଳ । ଯେଉଁଥିରେ ଅଛନ୍ତି ୩୦ଟି ବିଭାଗର ଅଭିଜ୍ଞ ଓ ବରିଷ୍ଠ ଡାକ୍ତର । ଆଉ ଟିମର ନେତୃତ୍ୱ ନେଉଛନ୍ତି ଓଡିଆ ଡାକ୍ତର ତଥା ଦିଲ୍ଲୀ ଏମ୍ସ ନ୍ୟୁରୋ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ର ।

ଆସନ୍ତା କାଲି ଏଡି ଯାଆଁଳା ଶିଶୁଙ୍କ ସିଟି ସ୍କାନ୍ ଓ ଏମଆରଆଇ କରାଯିବ । ଏହା ସହ ଆସନ୍ତା ୮ରୁ ୧୦ ଦିନ ଭିତରେ ଶେଷ ହେବ ସମସ୍ତ ପରୀକ୍ଷା ନିରୀକ୍ଷା । ତାପରେ ବଡ ମେଡିକାଲର ବଡ ଡାକ୍ତର ନେବେ ଅପରେସନର ନିଷ୍ପତି । ଆଜି ଦିଲ୍ଲୀ ଯାଇ ସ୍ୱାସ୍ତ୍ର୍ୟ ମନ୍ତ୍ରୀ ଯୋଡା ମୁଣ୍ଡ ଥିବା ଏହି ଜାଆଁଳା ଶିଶୁଙ୍କ ସ୍ୱାସ୍ଥ୍ୟବସ୍ତଶ ପଚାରି ବୁଝିଛନ୍ତି । ଏମାନଙ୍କ ଚିକିତ୍ସାର ସମ୍ପୂର୍ଣ୍ଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଥିବା ବେଳେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ବି ଭେଟିଛନ୍ତି ପ୍ରତାପ ଜେନା ।