ଦ୍ୱିତୀୟ ବିଶ୍ୱଯୁଦ୍ଧର ଓଡ଼ିଆ ସୈନିକଙ୍କ ପେନସନ୍ ୬ହଜାର ଟଙ୍କାକୁ ବୃଦ୍ଧି : ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଅନୁମୋଦନ

149

କନକ ବ୍ୟୁରୋ : ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ଓଡିଆ ସୈନିକ ଓ ସେମାନଙ୍କ ବିଧବା ପତ୍ନୀ ମାନଙ୍କ ମାସିକ ପେନସନକୁ ୬ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦିତ କରିଛନ୍ତି ।

ସୂଚନାଯୋଗ୍ୟ ଯେ ପୂର୍ବରୁ ଏହି ପେନସନ୍ ପରିମାଣ ଏକ ହଜାର ଟଙ୍କା ଥିଲା । ରାଜ୍ୟ ସରକାର ୨୦୦୧ ମସିହାରେ ଦ୍ୱିତୀୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭେଟେରାନ୍ ସୈନିକ ଓ ସେମାନଙ୍କ ବିଧବା ପତ୍ନୀ ମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ସେତେବେଳେ ଏହି ପେନସନ୍ ପରିମାଣ ମାସିକ ୫୦୦ ଟଙ୍କା ରଖାଯାଇଥିଲା । ୨୦୦୯ ମସିହାରେ ଏହାକୁ ଏକ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା ।