ବହୁ ପ୍ରତିକ୍ଷାର ଅନ୍ତ ! ଆସନ୍ତା ୨୧ରେ ହେବ ରାଉରକେଲାର ଦ୍ୱିତୀୟ ବ୍ରାହ୍ମଣୀ ସେତୁର ଶିଳାନ୍ୟାସ

28

କନକ ବ୍ୟୁରୋ: ଶେଷରେ ଶିଳାନ୍ୟାସ ହେବ ରାଉରକେଲାର ଦ୍ୱିତୀୟ ବ୍ରାହ୍ମଣୀ ସେତୁ । ବହୁ ରାଜନୈତିକ ହଟଚମଟ ପରେ ରାଉରକେଲାବାସୀଙ୍କ ବହୁ ପ୍ରତୀକ୍ଷିତ ବ୍ରାହ୍ମଣୀ ସେତୁର ଆସନ୍ତା ୨୧ରେ ଶିଳାନ୍ୟାସ ହେବ । କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବାଲୁଘାଟରେ ଏହାର ଶିଳାନ୍ୟାସ କରିପାରନ୍ତି ।

ଏହି ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଏନଏଚଆଇ ପକ୍ଷରୁ ନିମନ୍ତ୍ରଣ କରାଯିବ ବୋଲି ଦିଲ୍ଲୀପ ରାୟ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବ୍ରାହ୍ମଣୀ ନଦୀ ଉପରେ ବାଲୁଘାଟରୁ ଟିସିଆଇ ଛକ ପର୍ଯ୍ୟନ୍ତ ୫୬୫ କୋଟିର ସେତୁ ନିର୍ମାଣ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ବାଲୁଘାଟରୁ ବଣେଇ ଓ ବଣେରୁ ବାରକୋଟ୍ ପର୍ଯ୍ୟନ୍ତ ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –