ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଟୁଥପେଷ୍ଟର ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ ହାନିକାରକ ହୋଇପାରେ ।

65

ଯୁବପିଢୀ ହୁଅନ୍ତୁ କିମ୍ବା ବୟସ୍କ ସମସ୍ତଙ୍କ ମଧ୍ୟରେ ବଡ ସମସ୍ୟା ରୂପେ ମୁଣ୍ଡ ଟେକିଛି ମୁହଁରେ ଉଠୁଥିବା ବ୍ରଣ । ତେବେ କିଛି ଲୋକ ଏହି ବ୍ରଣ ସମସ୍ୟାରୁ ମୁକ୍ତିି ପାଇବା ପାଇଁ ଯେ ଯାହା ଉପଦେଶ ଦେଲେ ତାହାକୁ ମାନି କିମ୍ବା ୟୁଟ୍ୟୁବରୁ ବିଭିନ୍ନ ଭିଡିଓ ଦେଖି ବିଭିନ୍ନ ପ୍ରକାର ଉପଚାର ଆପଣାଇଥାନ୍ତି । ଏହି ଉପଚାର ମଧ୍ୟରୁ ଟୁଥପେଷ୍ଟ ମଧ୍ୟ ଅନ୍ୟତମ । ତେବେ କମ୍ ଦାମରେ ମିଳୁଥିବା ଟୁଥପେଷ୍ଟ୍ ଆପଣଙ୍କ ମୁହଁରୁ ବ୍ରଣ ସମସ୍ୟାକୁ ଦୂର ତ କରିଥାଏ କିନ୍ତୁ ଏହା ଅନ୍ୟ ସମସ୍ୟା ମଧ୍ୟ ଉତ୍ପନ୍ନ କରିଥାଏ । ତେବେ କ’ଣ ଏହି ସମସ୍ୟା ଆସନ୍ତୁ ଜାଣିବା ।

ଅଧିକ ଲୋକ ଶସ୍ତା ଜିନିଷକୁ ଜଲଦି ଆପଣାଇ ହଇରାଣରେ ପଡିଥାନ୍ତି ତେବେ ଟୁଥପେଷ୍ଟକୁ ମୁହଁରେ ଲଗାଇବା ଭଳି ଘଟଣା ମଧ୍ୟ ଠିକ୍ ଏହିପରି କିଛି ହୋଇଥାଏ । ଏଥିରେ ଥିବା ଟ୍ରିକଲୋସନ୍ ବ୍ରଣକୁ କମ୍ କରିବାରେ ସହାୟକ ହୋଇଥାଏ । କିନ୍ତୁ ଏଥିରେ ଆପଣଙ୍କ ସ୍କିନ୍ ଆଲର୍ଜି ହେବାର ଆଶଙ୍କା ଖୁବ୍ ବଢିଯାଏ । ଏଥିରେୂ ତ୍ୱଚାରେ ଜ୍ୱଳନ ଏବଂ କୁଣ୍ଡିଆ ଭଳି ସମସ୍ୟା ଦେଖାଯାଏ ।

ବଡ ବ୍ରଣରେ ଟୁଥପେଷ୍ଟ ଲଗାଇବା ଦ୍ୱାରା ବ୍ରଣ ଅବଶ୍ୟ ଶୀଘ୍ର ଠିକ୍ ହୋଇଯାଏ । କିନ୍ତୁ ତ୍ୱଚାରେ ଶୁଖିଲାପଣ ଲାଗି ରହିଥାଏ । ବ୍ରଣରେ ଟୁଥପେଷ୍ଟ ଲଗାଇବା ଦ୍ୱାରା ମୁହଁରେ ଦାଗ ରହିଯିବାର ସମ୍ଭାବନା ବଢିଯାଏ । କିନ୍ତୁ ଧଳା ରଙ୍ଗର ଟୁଥପେଷ୍ଟ ତ୍ୱଚା ପାଇଁ ସେତେଟା ମାରାତ୍ମକ ହୋଇନଥାଏ ।