ଭୁବନେଶ୍ୱର ବୁଦ୍ଧନଗରରେ ଇଞ୍ଜିନୟରଙ୍କୁ ହତ୍ୟା : ତଂଟିଚିପି ମାରିଥିବା ସ୍ୱୀକାର କଲେ ପ୍ରେମିକା ଓ ପୁରୁଷ ବନ୍ଧୁ

28

କନକ ବ୍ୟୁରୋ : ଭୁବନେଶ୍ୱରରେ ଚାଂଚଲ୍ୟ । ରାଜଧାନୀର ଲକ୍ଷ୍ମୀସାଗର ଅଂଚଳରେ ଜଣେ ମେରାଇନ ଇଞ୍ଜିନିୟରଙ୍କୁ ହତ୍ୟା କରାଯାଇଛି । ବୁଦ୍ଧନଗରରସ୍ଥିତ ବିଲିୟନ ଡ୍ରିମସ ଇଂଟରଟେନମେଟ ଅଫିସରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତ ମେରାଇନ ଇଞ୍ଜିନିୟରଂଙ୍କ ନା ବୈଜୟନ୍ତ ପ୍ରସାଦ ମହାନ୍ତି । ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ପ୍ରେମିକା ସୁଶ୍ରୀ ସଙ୍ଗୀତା ମହାନ୍ତି ତାଙ୍କ ପୁରୁଷ ବନ୍ଧୁଙ୍କ ସହ ମିଶି ଏହି ହତ୍ୟା କରିଛନ୍ତି । ହତ୍ୟା ପରେ ଉଭୟେ ରାତିରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ମିଳିଥିବା ଖବର ଅନୁସାରେ, ମର୍ଚାଂଟ ନେଭିରେ କାମ କରୁଥିବା ବୈଜୟନ୍ତ ପ୍ରସାଦ ଛୁଟିରେ ଆସିଥିଲେ । ଗତକାଲି ପାସପୋର୍ଟ କାମ ଅଛି କହି ଶଙ୍କରପୁର କଟକ ଘରୁ ଆସି ଭୁବନେଶ୍ୱରର ପ୍ରେମିକା ଅଫିସରେ ପଂହଚିଥିଲେ । ପ୍ରେମିକା ସହ ତାଙ୍କ ବର୍ତ୍ତମାନର ବନ୍ଧୁଙ୍କୁ ସାଥିରେ ଦେଖି ରାଗିଯାଇଥିଲେ ଓ ଝଗଡା ହୋଇଥିଲା । ପ୍ରେମିକା ବୈଜୟନ୍ତଙ୍କ ଦୂର ସମ୍ପର୍କୀୟ ବୋଲି ଜଣାପଡିଛି । ଜମିବାଡି କଳହରୁ ବୈଜୟନ୍ତଙ୍କ ପରିବାର ଓ ସୁଶ୍ରୀ ସଙ୍ଗୀତାଙ୍କ ପରିବାର ଭିତରେ ଦୀର୍ଘଦିନଧରି ବିବାଦ ରହିଥିଲା ।