ଜୀବନ ନେଇଗଲା ସେଲଫି ! ଗୋଆ ବିଚରେ ସେଲଫି ନେବା ବେଳେ ଚାଲିଗଲା ଦୁଇ ଜଣ ଯୁବକଙ୍କ ପ୍ରାଣ ।

79
ତାମିଲନାଡୁର ୨ ଜଣ ପର୍ୟ୍ୟଟକଙ୍କର ଲୋକପ୍ରିଅ ଗୋଆ ବିଚରେ ସେଲଫି ନେଉଥିବା ଅବସ୍ଥାରେ ଭିନ୍ନ ଭିନ୍ନ ସମୟରେ ମୃତ୍ୟୁ ଘଟିଛି ବୋଲି ରବିବାର ପୁଲିସ୍ ସୂଚନା ପ୍ରଦାନ କରିଛି । ପୁଲିସ୍ ଇନସ୍ପେକ୍ଟର ଜିଭା ଦଲଭିଙ୍କ କହିବା ମୁତାବିକ, ତାମିଲନାଡୁର ବେଲୋରେର ଦିନେଶ କୁମାର ରଙ୍ଗନାଥନ୍ (୨୮) ତାଙ୍କର ୨ ଅନ୍ୟ ପର୍ୟ୍ୟଟକଙ୍କ ସହ ସେଲଫି ନେଉଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ । ଉତ୍ତର ଗୋଆର ବାଗା ବିଚଠାରେ ରଙ୍ଗନାଥନ ସେଲଫି ନେବା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ପଡ଼ିଯାଇଥିଲେ । ପାଣିରେ ବୁଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।
ରଙ୍ଗନାଥନଙ୍କ ସହ ଅନ୍ୟ ୨ ଜଣ ପର୍ୟ୍ୟଟକ ବି ଖସି ପଡ଼ିଥିଲେ । ସେମାନେ ଚେଷ୍ଟା କରି ପାଣିରୁ ଉପରକୁ ଆସିପାରିଲେ । ମାତ୍ର ତୃତୀୟ ପର୍ୟ୍ୟଟକ ଦିନେଶ ବୁଡ଼ି ଯାଇଥିଲେ। ମୃତ ଦେହ ପରବର୍ତ୍ତୀ ମୁହୂର୍ତ୍ତରେ ମିଳିଥିଲା । ଅନ୍ୟ ଘଟଣାଟି ଘଟିଛି ଗୋଆର ସିନକ୍ୟୁୟରମ୍ ବିଚରେ । ଏହି ବିଚଟି ବି ଉତ୍ତର ଗୋଆରେ ଅବସ୍ଥିତ । ସମୁଦ୍ରକୂଳରେ ପର୍ୟ୍ୟଟକ ଶଶୀକୁମାର ଭାସନ (୩୩)ଙ୍କୁ ସେଲଫି ନେବା ଅବସ୍ଥାରେ ଲହଡ଼ି ଟାଣି ନେଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଶରୀର ବ୍ୟବଚ୍ଛେଦ ହେବା ପରେ ତାଙ୍କ ମୃତଦେହକୁ ଖୁବ୍ ଶୀଘ୍ର ସଂପର୍କୀୟଙ୍କୁ ହସ୍ତଗତ କରାଯିବ ।