ପାକିସ୍ତାନର ଦୋମୁହାଁ କଥା ! ଗୋଟିଏ ପଟେ ଶାନ୍ତି ଆଣିବା କଥା କହୁଥିବା ପାକିସ୍ତାନ , ଆତଙ୍କବାଦୀଙ୍କୁ ଦେଉଛି ସହିଦ୍ ର ଆଖ୍ୟା ।

173

ପାକିସ୍ତାନରେ ଚାଲୁଥିବା ଆତଙ୍କବାଦୀ ଟ୍ରେନିଙ୍ଗ୍ କ୍ୟାମ୍ପରେ ଭାରତର ଏୟାର ଷ୍ଟ୍ରାଇକ୍ ପରେ ଅନୁମାନ କରାଯାଉଥିଲା ଯେ କିଛି ସମୟ ପର୍ଯ୍ୟନ୍ତ ପଡୋଶୀ ଦେଶ ଆତଙ୍କବାଦକୁ ନେଇ ନିଜର ନୀତି ବଦଳାଇବ । କିନ୍ତୁ ଦୁର୍ଭାଗ୍ୟର କଥା ପାକ୍ ମୁଣ୍ଡରେ ଏଯାଏଁ କିଛି ପଶିନାହିଁ । ସେ ପୁଲୱାମା ଆକ୍ରମଣ ହେଉ କିମ୍ବା ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଦ୍ୱିତୀୟ ବଡ ମାମଲା ପାକ୍ ଆତଙ୍କବାଦୀଙ୍କୁ ଆତଙ୍କୀ କହିବା ପାଇଁ ପଛଘୁଞ୍ଚା ଦେଉଛି । ଶୁକ୍ରବାର ରେଡିଓ ପାକିସ୍ତାନରେ ଦ୍ୱିପ୍ରହର ୩ ଟା ସମୟରେ ପ୍ରସାରିତ ହେଉଥିବା ବୁଲେଟିନ୍ ରେ କାଶ୍ମୀରରେ ମରିଥିବା ଆତଙ୍କବାଦୀଙ୍କୁ ସହିଦ୍ କୁହାଯାଇଛି । ଭାରତୀୟ ସେନା ପକ୍ଷରୁ କୁପୱାଡାରେ ଦୁଇ ଆତଙ୍କବାଦୀଙ୍କୁ ମାରି ଦିଆଯାଇଥିଲା ଏବଂ ଏହି ଘଟଣାରେ ରେଡିଓ ପାକିସ୍ତାନରେ ଦୁଇ କାଶ୍ମୀର ଯୁବକଙ୍କୁ ସହିଦ୍ ହୋଇଥିବା କଥା କୁହାଯାଇଛି ।

ସେନା ବିଶେଷଜ୍ଞଙ୍କ କହିବାନୁସାର ପାକ୍ ସରକାରଙ୍କୁ ସେନା ଯାହା କହିଥାଏ ତାହା କରିବାକୁ ପଡିଥାଏ । ପୁଲୱାମା ଆକ୍ରମଣ ଏବଂ ଏୟାର ଷ୍ଟ୍ରାଇକ୍ ପରେ ମେଜର୍ . ଜନ୍ ଗଗନଦ୍ୱୀପ୍ ବକ୍ସୀ କୁହିଥିଲେ , ଯେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ସେନା ଯାହା ଲେଖିକରି ଦିଏ ତାହା ପ୍ରଧାନମନ୍ତ୍ରୀ ମିଡିଆ ସାମ୍ନାରେ ଉପସ୍ଥାପନ କରନ୍ତି । ଏହି କଥାରୁ ଜଣାପଡୁଛି ଯେ ପାକ୍ ସେନା ନିଜ ପ୍ରକୃତିରୁ କେବେ ସୁଧୁରିବ ନାହିଁ । ଦୁନିଆକୁ ଭଲ ଦେଖାଇବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଆତଙ୍କବାଦ ଭଳି ବିଷୟ ଉପରେ ପାକ୍ ର ନୀତି ବଦଳିବାର ଚାନ୍ସ ନାହିଁ । ଯେତେବେଳେ ରେଡିଓ ପାକିସ୍ତାନ କାଶ୍ମୀର ଆତଙ୍କବାଦୀମାନଙ୍କୁ ସହିଦ୍ ର ଆଖ୍ୟା ଦେଉଛନ୍ତି ତେବେ ସରକାର ଏବଂ ସେନା ମଧ୍ୟ ସମାନ ରାୟ ରଖୁଥିବେ ।

ଶଙ୍କର ପ୍ରସାଦ ଲେ.ଜନ୍ ମଧ୍ୟ ଏହି କଥାରେ ସହମତି ରଖି କହିଛନ୍ତି ଯେ ପାକିସ୍ତାନ ଜାଣିଶୁଣି ଆତଙ୍କବାଦ ଭଳି ଘଟଣାକୁ ବନ୍ଦ କରୁନାହିଁ । କାରଣ ସେଠାରେ ଚାଲୁଥିବା ଆତଙ୍କବାଦୀ ଟ୍ରେନିଙ୍ଗ୍ କ୍ୟାମ୍ପ ସେନା ଏବଂ ଆଇଏସଆଇ ନିୟନ୍ତ୍ରଣରେ ରହିଛି । ଏଥିପାଇଁ ସରକାରଙ୍କ ତରଫରୁ କିଛି କରିବା ପାଇଁ ସାହସ ଜୁଟାଇ ପାରୁନାହାନ୍ତି । ପୁଲୱାମା ଆକ୍ରମଣରେ ବିଶ୍ୱକୁ ଭଲ ଦେଖାଇହେବା ପାଇଁ ପାକ୍ ଶାନ୍ତି ଚାହୁଁଥିବା କଥା କହୁଥିଲେ ହେଁ ଆତଙ୍କବାଦୀଙ୍କୁ ସହିଦ୍ ର ଆଖ୍ୟା ଦେଇ କ’ଣ ପ୍ରମାଣ କରିବାକୁ ଚାହୁଁଛି ତାହା ପାକ୍ କୁ ହିଁ ଜଣା । ପାକିସ୍ତାନକୁ ଦେଖି ଏଭଳି ପ୍ରତୀତ ହେଉଛି କାଶ୍ମୀର ମାମଲାରେ ସେ କେବେ ମଧ୍ୟ ସୁଧୁରିବ ନାହିଁ ।