ମହଙ୍ଗା ପଡିଲା ଅପଶବ୍ଦ କହିବା ! ସାଙ୍ଗ କାଟିଲା ସାଙ୍ଗର ମୁଣ୍ଡ ।

59

କର୍ଣ୍ଣାଟକର ମଣ୍ଡୟା ଜିଲ୍ଲାରେ ଜଣେ ୨୪ ବର୍ଷୀୟ ପଶୁପତି ନାମକ ଯୁବକ ହଠାତ୍ ଥାନାରେ ଏକ କଟାମୁଣ୍ଡ ନେଇ ପହଞ୍ôଚଲେ । ପୋଲିସ୍ ଉକ୍ତ ଯୁବକକୁ ପଚରାଉଚରା କରିବାରୁ ଯୁବକ କଙ୍କାମୁଣ୍ଡକୁ ନିଜ ସାଙ୍ଗ ଗିରୀଶ କହି ପରିଚୟ ଦେବା ସହ ସେ ମା’ଙ୍କୁ ଅପଶବ୍ଦ ପ୍ରୟୋଗ କରି କହିବା ହେତୁ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ଶେଷରେ ଏଭଳି ରୁପ ନେଇଥିଲା ଯେ ପଶୁପତି ରାଗି ଯାଇ ଗିରୀଶର ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ କାଟି ଦେଇଥିଲେ ଏବଂ ଆତ୍ମସମର୍ପଣ କରିବାକୁ ଥାନରେ ପହଞ୍ଚିଥିଲେ ।

ଗତ ଏକମାସ ମଧ୍ୟରେ କର୍ଣ୍ଣାଟକରେ ଏଭଳି ତୃତୀୟ ଘଟଣା ଘଟିଛି । ଏହା ପୂର୍ବରୁ ଗୁରୁବାର ଶ୍ରୀନିବାସପୁରା ଜଣେ ଲୋକ ଜଣେ ମହିଳାଙ୍କ କଟାମୁଣ୍ଡକୁ ନେଇ ଥାନାରେ ପହଞ୍ଚିଥିଲେ । ଅନ୍ୟ ଏକ ଘଟଣା ହେଉଛି ସେପ୍ଟେମ୍ବର ୧୧ ତାରିଖରେ ଚିକମଙ୍ଗୁଲର ଅଞ୍ଚଳରେ ଜଣେ ବ୍ୟକ୍ତିି ନିଜ ସ୍ତ୍ରୀର ଅବୈଧ ସମ୍ଭନ୍ଧ ବିଷୟରେ ଜାଣି ତା’ ମୁଣ୍ଡକାଟ କରିଥିଲା ଏବଂ କଟାମୁଣ୍ଡକୁ ନେଇ ଥାନାରେ ସରେଣ୍ଡର୍ କରିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ ପରପୁରୁଷ ସହ ସେ ନିଜ ସ୍ତ୍ରୀକୁ ଅସଞ୍ଜତ ଅବସ୍ଥାରେ ଦେଖିଥିଲା । ତେବେ ଏହି ମାମଲାରେ ଦୁହିଁଙ୍କୁ ଆକ୍ରମଣ କରିଥିବା ବେଳେ ଉକ୍ତ ବ୍ୟକ୍ତିଜଣକ ସେଠାରୁ ଫେରାର୍ ହୋଇଯାଇଥିବା ବେଳେ ପତ୍ନୀ ଆଉ କୁଆଡେ ଯାଇ ନପାରି ଚୋଟର ଶିକାର ହୋଇଥିଲେ ।