ପୁଣି ଐତିହାସିକ ଘୋଷଣା କରିପାରନ୍ତି ଅମ୍ବାନୀ ! ନୂଆ ସେବା ଓ ପ୍ରଡକ୍ଟ ଘୋଷଣା ନେଇ ଅନୁମାନ ।

35

ଟେଲିକମ ମାର୍କେଟରେ ହଇଚଇ ଖେଳାଇଥିବା ଜିଓ ଆଜି ପୁଣି ଆଣିପାରେ ନୂଆ ଯୋଜନା । ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୪୧ତମ ବାର୍ଷିକ ସାଧାରଣ ବୈଠକ ହେବ । ଦିନ ୧୧ଟାରେ ହେବାକୁ ଥିବା ଏହି ବୈଠକକୁ କଂପାନୀର ଚେୟାରମ୍ୟାନ ମୁକେଶ ଅମ୍ବାନୀ ସମ୍ବୋଧିତ କରିବେ । ଏହି ଅବସରରେ ପୂର୍ବଥର ଭଳି ଜିଓ କଂପାନୀ ଧମାକାଦାର ଅଫର ଘୋଷଣା କରିପାରେ । ଏବେ ଜିଓ ବ୍ରଡବ୍ରାଣ୍ଡ ସେବା ଘୋଷଣା କରିପାରେ ବୋଲି ସୂଚନା ରହିଛି ।

ଆଜି କଂପାନୀ ଏଫଟିଟିଏଫ ସର୍ଭିସେସ୍ ପାଇଁ ଅନୁଷ୍ଠାନିକ ଘୋଷଣା କରିପାରେ । ଏହି ଜିଓ ଫାଇବର ବ୍ରଡବାଣ୍ଡର ନେଟ ସ୍ପିଡ ରହିବ ହଣ୍ଡ୍ରେଡ ଏମବିପିଏସ । ତେବେ ଏହାର ସେବା ଦେଶର କେତୋଟି ବଛା ବଛା ସହରରେ ମିଳିବ । ଜିଓର ବ୍ରଡବ୍ରାଣ୍ଡ ସର୍ଭିସ ବିଭିନ୍ନ ସ୍ଥାନରେ ପରୀକ୍ଷା ମୂଳକ ସେବା ମଧ୍ୟ ଚାଲିଛି । ହେଲେ ଏହାର କୌଣସି ରିଚାର୍ଜ ପ୍ଲାନ ଓ ଟାରିଫ ରେଟ ସାମ୍ନାକୁ ଆସିନାହିଁ । ତେଣୁ ଆଜିର ବୈଠକରେ ମୁକେଶ ଅମ୍ବାନୀ ଜିଓ ବ୍ରଡବ୍ରାଣ୍ଡ ଘୋଷଣା କରିପାରନ୍ତି । ଗତବର୍ଷ କଂପାନୀ ବାର୍ଷିକ ବୈଠକରେ ୧୫ ଶହ ଟଙ୍କାରେ ସିକ୍ୟୋରିଟି ଜମା କରିବା ପରେ ଫ୍ରି ଫିଚର ଜିଓ ସ୍ମାର୍ଟଫୋନ ଘୋଷଣା କରିଥିଲା । ଯାହା ପରବର୍ତ୍ତୀ ସମୟରେ ବେଶ ଲୋକପ୍ରିୟ ହୋଇପାରିଛି । ତେବେ ଦେଖାଯାଉ ଜିଓର ଏହି ନବକଳେବର ଗ୍ରାହକଙ୍କୁ କେତେ ମାତ୍ରାରେ ସନ୍ତୁଷ୍ଟି ଦେଉଛି ।