କାହିଁକି ‘ବନ୍ଦେ ମାତରମ୍’କୁ ଜାତୀୟ ସଙ୍ଗୀତର ମାନ୍ୟତା ମିଳିଲାନାହିଁ ? ରାଷ୍ଟ୍ରୀୟ ସଙ୍ଗୀତ ଏବଂ ରାଷ୍ଟ୍ରଗାନ ମଧ୍ୟରେ ପ୍ରଭେଦ କ’ଣ ?

3

ରାଷ୍ଟ୍ରଗାନ ଏବଂ ରାଷ୍ଟ୍ରୀୟ ସଂଗୀତ ଯେକୌଣସି ଦେଶର ଗୌରବ ହୋଇଥାଏ । ଯେଉଁଥିରେ ରାଷ୍ଟ୍ରର ପରିଚୟ ଜଡିତ ହୋଇ ରହିଥାଏ । ପ୍ରତ୍ୟେକ ରାଷ୍ଟ୍ରର ଜାତୀୟ ସଂଗୀତର ଅର୍ଥ ଭିନ୍ନ ହେଉଥାଉ ନା କାହିଁକି କିନ୍ତୁ ଜାତୀୟ ସଂଗୀତ ବାଜିଲାମାତ୍ରେ ମନରେ ଦେଶଭକ୍ତିର ଭାବନା ଜାଗ୍ରତ ହୋଇଥାଏ । ଭାରତର ୭୨ ତମ ସ୍ୱାଧିନତା ଦିବସରେ ଆଜି ଆମେ ଆପଣଙ୍କୁ ଭାରତର ରାଷ୍ଟ୍ରଗାନ ଏବଂ ରାଷ୍ଟ୍ରୀୟ ସଙ୍ଗୀତ ମଧ୍ୟରେ ପ୍ରଭେଦକୁ ଦର୍ଶାଇବୁ । ଅଧିକତର ଦେଶବାସୀ ଏହି ଦୁଇ ସଙ୍ଗୀତକୁ ନେଇ ଦ୍ୱନ୍ଦରେ ରହିଥାନ୍ତି ଏବଂ ଏଥିମଧ୍ୟରେ ଥିବା ପ୍ରଭେଦ ବିଷୟରେ ଅଜ୍ଞ ଥା’ନ୍ତି । ତେବେ ଆଜି ଆମେ ଆପଣଙ୍କ ଦ୍ୱନ୍ଦକୁ ଦୂର କରିବାକୁ ପ୍ରୟାସ କରିବୁ ।

ଭାରତର ରାଷ୍ଟ୍ରଗାନ(ଜାତୀୟ ସଙ୍ଗୀତ) :

ଜନ-ଗଣ-ମନ- ଅଧିନାୟକ ଜୟ ହେ……ଜୟ ହେ,ଜୟ ହେ,ଜୟ ହେ,ଜୟ ଜୟ ଜୟ ଜୟ ହେ ।
ଜାତୀୟ ସଙ୍ଗୀତ ତଥା ରାଷ୍ଟ୍ରଗାନକୁ ଅନେକ ସମୟରେ ଦେଶକୁ ସମ୍ମାନ ଜଣାଇ ବିଭିନ୍ନ ସ୍ଥାନରେ ବଜା ଯାଇଥାଏ ତଥା ଲୋକମାନେ ମିଳିତ ହୋଇ ମଧ୍ୟ ଜାତୀୟ ସଙ୍ଗୀତ ଏକ ସୁର ଏକ ତାଳରେ ଗାଇଥାନ୍ତି । ଏହାର ରଚନା ପ୍ରଖ୍ୟାତ କବି ରବିନ୍ଦ୍ରନାଥ ଟାଗୋର କରିଥିଲେ ଏବଂ ୧୯୫୦ ମସିହା ଜାନୁଆରୀ ୨୪ ତାରିଖରେ ଏହା ରାଷ୍ଟ୍ରଗାନ ରୂପେ ଖ୍ୟାତି ଅର୍ଜନ କଲା । ମୂଳ ରୁପରେ ଏହା କେବଳ ବଙ୍ଗଳା ଭାଷାରେ ଲେଖାଯାଇଥିଲା କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ରାଷ୍ଟ୍ରଗାନର ଅନୁବାଦ ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ କରାଯାଇଥିଲା । ତେବେ ରବିନ୍ଦ୍ରନାଥ ଟାଗୋର ୧୯୧୧ ମସିହାରେ ହିଁ ଜାତୀୟ ସଙ୍ଗୀତର ରଚନା କରିସାରିଥିଲେ । ଯାହାକୁ ୧୯୧୧ ମସିହା ଡିସେମ୍ବର ୨୭ ତାରିଖରେ ପ୍ରଥମେ କଲିକତାରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ବୈଠକରେ ଗାନ କରାଯାଇଥିଲା । ଜାତୀୟ ସଙ୍ଗୀତର ସମ୍ପୁର୍ଣ୍ଣ ସଂସ୍କରଣକୁ ଗାଇବାକୁ ୫୨ ସେକେଣ୍ଡ ସମୟ ଲାଗିଥାଏ ।

ଜାତୀୟ ସଙ୍ଗୀତ ଗାଇବା ସମୟରେ ଏହାର ଅନାଦର କରିବାରୁ ବଞ୍ଚିତ ରୁହନ୍ତୁ ।

ଅଧିକାଂଶ ଲୋକ ଏ ବିଷୟରେ ଜ୍ଞାତ ନଥାନ୍ତି ଯେ ଜାତୀୟ ସଙ୍ଗୀତ ଗାଇବା ସମୟରେ କିଭଳି ଭାବରେ ଏଥିପ୍ରତି ସାବଧାନତା ଅବଲମ୍ବନ କରିହେବ । ଯେଉଁ ପରିସ୍ଥିତିରେ ବି ଜାତୀୟ ସଙ୍ଗୀତ ବାଜୁଥିବାର ଶୁଣିବା ମାତ୍ରେ ବସିଥିବା ସ୍ଥାନ ଛାଡି ସାବଧାନ ମୁଦ୍ରାରେ ଠିଆ ହୋଇ ରହିବା ଏବଂ ଏହାକୁ ଦୋହରାଇବା ହେଉଛି ରାଷ୍ଟ୍ରଗାନ ପ୍ରତି ପ୍ରକୃତ ସମ୍ମାନ ଦେବା ।

ରାଷ୍ଟ୍ରଗାନ ‘ଜନ-ଗଣ-ମନ’ର ପ୍ରକୃତ ଅର୍ଥ କ’ଣ ?

ବଙ୍ଗଳା ଭାଷାରେ ରଚିତ ହୋଇଥିବା ରାଷ୍ଟ୍ରଗାନରେ ସିନ୍ଧ୍ ଶବ୍ଦର ବ୍ୟବହାର ହୋଇଥିଲା କିନ୍ତୁ ପରମୂହୁର୍ତ୍ତରେ ଏହାକୁ ସଂଶୋଧନ କରାଯାଇ ସିନ୍ଧ୍ ସ୍ଥାନରେ ସିନ୍ଧୁ ଶବ୍ଦ ବ୍ୟବହାର କରାଗଲା । ଏହାର କାରଣ ସ୍ୱାଧୀନତା ପରେ ସିନ୍ଧ୍ ସ୍ଥାନଟି ପାକିସ୍ଥାନର ଏକ ଅଂଶବିଶେଷ ହୋଇଯାଇଥିଲା ।

ଭାରତର ରାଷ୍ଟ୍ରୀୟ ଗୀତ କ’ଣ ଅଟେ ?

ଭାରତର ରାଷ୍ଟ୍ରୀୟ ଗୀତ ହେଉଛି ‘ବନ୍ଦେ ମାତରମ୍’ । ଯାହାର ରଚନା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ କରିଥିଲେ । ସେ ଏହାର ରଚନା ୧୮୮୨ ମସିହାରେ ସଂସ୍କୃତ ଏବଂ ବଙ୍ଗଳା ମିଶ୍ରିତ ଭାଷାରେ କରିଥିଲେ । ତେବେ ଏହି ରାଷ୍ଟ୍ରୀୟ ଗୀତକୁ ମଧ୍ୟ ରାଷ୍ଟ୍ରଗାନର ସମାନ ଦର୍ଜା ଦିଆଯାଇଛି । ତେବେ ୧୮୯୬ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସରେ ଏହାକୁ ପ୍ରଥମ ଥର ପାଇଁ ଗାନ କରାଯାଇଥିଲା । ତେବେ ଆଚମ୍ବିତର କଥା ଉଭୟ ସଂଗୀତର ସମୟ ସୀମା ୫୨ ସେକେଣ୍ଟ ।

‘ବନ୍ଦେ ମାତରମ୍’ କୁ ନେଇ ବିବାଦ : ‘ବନ୍ଦେ ମାତରମ୍’ ଉପରେ ପୂର୍ବରୁ ହିଁ ବିବାଦ ଦେଖାଦେଇଥିଲା । ଏହାର ଚୟନ ରାଷ୍ଟ୍ରଗାନ ଭାବେ ହୋଇପାରିଥାନ୍ତା କିନ୍ତୁ ମୁସଲମାନ୍ ବିରୋଧ କାରଣରୁ ଏହାକୁ ରାଷ୍ଟ୍ରଗାନର ମାନ୍ୟତା ମିଳି ପାରିନଥିଲା । ପ୍ରକୃତ କଥା ହେଉଛି କିଛି ମୁସଲମାନଙ୍କ ମତରେ ଏହି ଗୀତରେ ମା ଦୂର୍ଗାଙ୍କର ବନ୍ଦନା କରାଯାଇଛି ଏବଂ ତାଭ୍କୁ ରାଷ୍ଟ୍ର ରୂପରେ ତୁଳନା କରାଯାଇଛି । ଯେବେ କି ଇସଲାମରେ କୌଣସି ବ୍ୟକ୍ତି ତଥା ବସ୍ତୁକୁ ପୂଜା କରିବାକୁ ଭୁଲ୍ ମନା ଯାଇଥାଏ ।

Comments are closed.