ଦେଶରୁ ବିଦେଶ ଛାଇଲେ ଡ୍ୟାନ୍ସିଙ୍ଗ୍ ଅଙ୍କଲ୍! ଡ୍ୟାନ୍ସିଙ୍ଗ୍ ଅଙ୍କଲଙ୍କ ଷ୍ଟେପରେ ଠୁମକା ଲଗାଇଲେ ବିଦେଶୀ ନୟନା। 

70

ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଖବର ମିଳିଛି ଯେ ସେହି ବ୍ୟକ୍ତି ଜଣକ ମଧ୍ୟପ୍ରଦେଶ ବିଦିଶାରେ ରହୁଥିବା କଲେଜର ପ୍ରଫେସର ସଂଜୀବ ଶ୍ରୀବାସ୍ତବଙ୍କର । ସର୍ବପ୍ରଥମେ ତାଙ୍କର ‘ଆପ କେ ଆ ଜାନେ ସେ’ଗୀତରେ ଡ୍ୟାନ୍ସ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ତାଙ୍କ ଚଢତି ଜୱାନୀ ଗୀତରେ ଡ୍ୟାନ୍ସ ଭିଡିଓ ମଧ୍ୟ ସମସ୍ତଙ୍କୁ ପସନ୍ଦ ଆସିଥିଲା ।

ସାରା ଦୁନିଆରେ ଲୋକଙ୍କୁ ତାଙ୍କ ଡ୍ୟାନ୍ସ ଖୁବ ପସନ୍ଦ ଆସିଛି ଏବଂ ଦେଖୁ ଦେଖୁ ଏହି ପ୍ରଫେସର ଏବେ ଜଣେ ସେଲିବ୍ରିଟି ପାଲଟି ଗଲେଣି । ତାଙ୍କ ଡ୍ୟାନ୍ସ ଏତେ ପସନ୍ଦ ଆସିଛି ଯେ ଜଣେ ନ୍ୟୁୟର୍କରେ ରହୁଥିବା କୋରିଓଗ୍ରାଫର ଦୀପ ବ୍ରାର ପ୍ରଫେସରଙ୍କ ଭଳି ଡ୍ୟାନ୍ସ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ।

ଦୀପ ତାଙ୍କ ଭିଡିଓ ସେୟାର କରି ଲେଖିଛନ୍ତି ଯେ ସେ ପ୍ରଫେସରଙ୍କ ଭଳି ସୁପରଷ୍ଟାରଙ୍କର ବଡ ପ୍ରଶଂସକ ଅଟନ୍ତି କେବଳ ଦୀପ ନୁହଁନ୍ତି ବରଂ ଅନେକ କଳାକାର ମଧ୍ୟ ପ୍ରଫେସରଙ୍କ ଭିଡିଓର ପ୍ରଶଂସା କରିଛନ୍ତି ।