ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ! ୧୦ ମିଟର ଏୟାର ପିସ୍ତଲରେ ସୁନା ଜିତିଲେ ସୌରଭ ଚୌଧରୀ ।

31

କନକ ବ୍ୟୁରୋ :  ୧୮ତମ ଏସିଆନ ଗେମ୍ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ଭେଟିଦେଲେ ସୁଟର ସୌାରଭ ଚୌଧୁରୀ । ୧୦ମିଟର ବନ୍ଧୁକ ଚାଳନାରେ ସୌାରଭ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି । ସୌାରଭଙ୍କ ପଦକ ସହ ଭାରତ ୩ଟି ପଦକ ଜିତିଛି । ଏବଂ ପଦକ ସଂଖ୍ୟା ୭ରେ ପହଁଚିଛି । ଗତକାଲି ଦିନରେ ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ୍ ବର୍ଗରେ ସୂର୍ଣ୍ଣ ପଦକ ଜିତିଥିଲେ ବିନେଶ ଫୋଗାଟ୍ ।

ଫାଇନାଲରେ ଜାପାନର ୟୁକି ଇରୀଙ୍କୁ ୬-୨ ପଏଂଟରେ ହରାଇ ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ବିନେଶ୍ । ବିନେଶ୍ ଏସିଆନ ଖେଳରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ହୋଇଛନ୍ତି । ଗତ ଏସିଆନ ଗେମ୍ରେ ବିନେଶ୍ କାଂସ୍ୟ ପଦକ ଜିତିଥିଲେ । ଏହି ପଦକକୁ ମିଶାଇ ଭାରତ ୨ଟି ସ୍ୱର୍ଣ୍ଣ ସହ ମୋଟ ୭ଟି ପଦକ ଜିତିଛି । ରବିବାର ବଜରଙ୍ଗ ପୁନିଆ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସୋମବାର ସକାଳେ ଭାରତୀୟ ସୁଟର ଦୀପକ କୁମାର ୧୦ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ । ଏହା ସହ ପୁରୁଷ ଟ୍ରାପ୍ରେ ଲକ୍ଷ୍ୟ ସେରନ୍ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ଜିତିଥିଲେ ।