ବିନା ଯୁଦ୍ଧରେ ମୃତ୍ୟୁ ! ଯବାନଙ୍କ ଅକାଳ ମୃତ୍ୟୁ ସେନାମୁଖ୍ୟଙ୍କ ଚିନ୍ତା ବଢାଇଲା, ରୋକିବାକୁ ସ୍ୱତନ୍ତ୍ର ଋଣନୀତି

107

କୌଣସି ଯୁଦ୍ଧ ନକରି ପ୍ରତିବର୍ଷ ୧୬ଶହ ଭାରତୀୟ ସେନା ପ୍ରାଣ ହରାଉଛନ୍ତି । ଏପରି ଚାଂଚଲ୍ୟକର ତଥ୍ୟ ଭାରତୀୟ ସେନାର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପ୍ରତିବର୍ଷ ସଡକ ଦୁର୍ଘଟଣା ଓ ଆତ୍ମହତ୍ୟା ଯୋଗୁଁ ସର୍ବାଧିକ ଯବାନ ପ୍ରାଣ ହରାଉଛନ୍ତି । ଆଉ ଏହି ସଂଖ୍ୟା ଜାମ୍ମୁକାଶ୍ମୀରରେ ଆତଙ୍କବାଦ ବିରୋଧୀ ଲଢେଇରେ ସହିଦ ଯବାନଙ୍କ ସଂଖ୍ୟାର ୧୨ ଗୁଣ ।

garud-10-06-15ଏକ ଇଂର୍ାଜୀ ଖବର କାଗଜ ଆକଳନ ଅନୁସାରେ ପ୍ରତିବର୍ଷ ସଡକ ଦୁର୍ଘଟଣାରେ ୩୫୦ ଯବାନ ପ୍ରାଣ ହରାନ୍ତି । ସେହିପରି ଆତ୍ମହତ୍ୟା କରନ୍ତି ପ୍ରାୟ ୧୨୦ ଭାରତୀୟ ସେନା । ଏହାଛଡା ଟ୍ରେନିଂ ସମୟରେ ଦୁର୍ଘଟଣା ଓ ସ୍ୱାସ୍ଥ୍ୟ ଜନିତ କାରଣରୁ ମଧ୍ୟ ଭାରତୀୟ ଯବାନଙ୍କ ଜୀବନ ଯାଉଛି । ଯାହା ବିଶ୍ୱର ଦ୍ୱିତୀୟ ସର୍ବବୃହତ ସେନା ବାହିନୀକୁ ଚିନ୍ତାରେ ପକାଇ ଦେଇଛି । ସଡକ ଦୁର୍ଘଟଣା ଓ ଆତ୍ମହତ୍ୟା ଛଡା ତାଲିମ ଓ କୋଠର ଅନୁଶାସନ ସମୟରେ ହେଉଥିବା ଯବାନଙ୍କ ମୃତ୍ୟୁ ସେନା ବିଭାଗ ପ୍ରତି ବିପଦଜନକ ସଙ୍କେତ ଦେଉଛି । ତେବେ ପୂର୍ବ ସେନା ଅଧିକାରୀଙ୍କ କହିବା ଅନୁଯାୟୀ, ଦୁର୍ଗମ ଅଞ୍ଚଳରେ ଯାତାୟତ କରିବା ହେତୁ ଅଧିକାଂଶ ଯବାନ ମୃତ୍ୟୁମୁଖରେ ପଡୁଛନ୍ତି ।

୨୦୧୬ରେ ସୀମା ଠାରେ ହେଉଥିବା ଗୁଳି ବିନିମୟ ଓ ଆତଙ୍କବାଦ ବିରୋଧୀ ଅଭିଯାନରେ ୧୧୨ ଜଣ ଯବାନ ସହିଦ ହୋଇଛନ୍ତି । ଅନ୍ୟପଟେ ୨୦୧୬ରେ ଫିଜିକଲ କାଜୁଆଲଟିର ଶିକାର ହୋଇଛନ୍ତି ମୋଟ ୧୪୮୦ ଜଣ ଯବାନ । ଚଳିତ ବର୍ଷ ସୀମାରେ ମୁକାବିଲା ଯୋଗୁଁ ୮୦ ଯବାନ ସହିଦ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ୧ ହଜାର ୬୦ ଜଣ ଯବାନଙ୍କ ଜୀବନ ଯାଇଛି । । ଯବାନଙ୍କ ଅକାଳ ମୃତ୍ୟୁକୁ ନେଇ ସେନା ମୁଖ୍ୟ ବିପିନ ରାୱତ ଗମ୍ଭୀର ଚିନ୍ତା ବ୍ୟକ୍ତ କରିବା ସହ ଏହାକୁ ରୋକିବା ପାଇଁ ଜୋର ଦେଇଥିବା ସୂଚନା ମିଳିଛି ।