ବାପାଙ୍କ ବ୍ୟବସାୟ ପାଇଁ ଝିଅ କରୁଥିଲା ପୂଜା ! ୬୮ ଦିନର ଉପବାସ ପରେ ମରିଗଲା ଆରାଧନା

44

ବାପାଙ୍କ ବ୍ୟବସାୟରେ ଲାଭ ହେବ ବୋଲି ଆରାଧନା କରୁଥିଲା ଆରାଧନା । ଘରର ଖୁସି ପାଇଁ ନିଜ ଖୁସିକୁ ବଳି ଦେଇ ରଖଥିଲା ୬୮ ଦିନର ନିର୍ଜଳ ଉପବାସ । କିନ୍ତୁ ବ୍ରତ ଶେଷ ହେବା ପରେ ସରିଗଲା ଆରାଧନା ଜୀବନ ଦୀପ । ଆଉ ମୃତ୍ୟୁର କୋଳକୁ ଚାଲିଗଲା ହାଇଦ୍ରାବାଦର ଏହି ୧୩ ବର୍ଷର ଝିଅ । ଯାହା ଏବେ ପୂରା ଦେଶରେ ଚର୍ଚ୍ଚାର ବିଷୟ ।

ନିଜ ଗହଣା ବ୍ୟବସାୟରେ ଲାଭ ପାଇଁ ଜଣେ ସନ୍ଥଙ୍କ ପରାମର୍ଶ ଅନୁସାରେ ଆରାଧନାର ବାପା ଝିଅକୁ ଏହି ଉପବାସ ରଖିବାକୁ କହିଥିଲେ । ଆଉ ଘରର ସୁଖ ଓ ଶାନ୍ତି ପାଇଁ ଟିକେ ବି ପଛଘୁଂଚା ନଦେଇ ଦୀର୍ଘ ୬୮ ଦିନର ବ୍ରତ ପାଳନ କରିଥଲା ୮ମ ଶ୍ରେଣୀର ଏହି ଛାତ୍ରୀ ଜଣକ । ଉପବାସ ଭାଙ୍ଗିବା ଦିନ ଆରାଧନାର ବାପା ଖବରକାଗଜରେ ବିଜ୍ଞାପନ ଦେବା ସହ ଏକ ବିଶେଷ କାର୍ଯ୍ୟକ୍ରମ ମଧ୍ୟ ରଖିଥିଲେ । ତେବେ ପୂଜା ଶେଷ ହେବା ପରେ ହଠାତ୍ ବେହୋସ୍ ହୋଇଯାଇଥିଲା ଆରାଧନା ଏବଂ ତା ପରେ ତାର ମୃତ୍ୟୁ ହୋଇଥିଲା ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆରାଧନାଙ୍କର ଏହା ପ୍ରଥମ ଉପବାସ ନଥିଲା । ଏହା ପୂର୍ବରୁ ସେ ୪୧ ଦିନର ଆଉ ଏକ ଉପବାସ ମଧ୍ୟ ରଖିଥିଲେ । ଯାହାକୁ ନେଇ ସ୍ଥାନୀୟ ଲୋକେ ଏହାକୁ ଏକ ହତ୍ୟା ମଧ୍ୟ କହିବାକୁ ପଛାଉ ନାହାନ୍ତି ।