ଟଙ୍କା ରୋଜଗାରର ମାଧ୍ୟମ ପାଲଟୁଛି ୟୁଟ୍ୟୁବ୍ ! ଏଭଳି ଉପାୟରେ ଗୁଗୁଲ୍ ଦେଉଛି ଟ୍ରେନିଙ୍ଗ୍ ।

3,072

୨୦୧୬ ମସିହାରେ ଜିଓ ତରଫରୁ ଇଣ୍ଟରନେଟର ମାଗଣା ସେବା ଆରମ୍ଭ ହୋଇଥିଲା ଏବଂ ଲୋକ ଏହାର ବ୍ୟବହାର ରୋଜଗାର କରିବା ପାଇଁ ଲଗାଇଲେ । କେହି ୱେବସାଇଟ୍ ତିଆରି କରି ତ ଆଉ କେହି ୟୁଟ୍ୟୁବରେ ଆକାଉଣ୍ଟ୍ କରି ରୋଜଗାର କଲେ । ବର୍ତ୍ତମାନ ଗୁଗୁଲ୍ ତରଫରୁ ମଧ୍ୟ ଟଙ୍କା କମାଇବା ପାଇଁ ଆପଣଙ୍କୁ ନୂଆ ତରିକା ଦେଉଛି । ଏବେ ଆପଣ ଆପଣଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ ଜରିଆରେ ନିଜର ସବସ୍କ୍ରାଇବର୍ ବଢାଇବା ସହ ଭିୟୋର୍ ମଧ୍ୟ ବଢାଇପାରିବେ ।

ୟୁଟ୍ୟୁବରଙ୍କୁ ମିଳିବ ଟଙ୍କା କମାଇବାର ମଉକା :

ୟୁଟ୍ୟୁବର ମୁଖ୍ୟ ପ୍ରଡକ୍ଟ ଅଧିକାରୀ ନୀଲ୍ ମୋହନ୍ କହିଛନ୍ତି ଯେ ଗୁଗୁଲ୍ ର ମାଲିକାନା ହକ୍ ଥିବା ଏହି ସେବାରେ ଦେଖାଇବାଠାରୁ ଅଧିକ ବିଜ୍ଞାପନରୁ ଅଧିକ ଟଙ୍କା ମିଳିଥାଏ । ନିଲ୍ ଙ୍କ କହିବାନୁସାରେ ଏବେ ବି ମୁଖ୍ୟ ଧ୍ୟାନ ଏହା ଉପରେ ହିଁ ରହିଛି ।

୧ ଲକ୍ଷରୁ ଅଧିକ ସବସ୍କ୍ରାଇବର୍ ଥିଲେ ଆରମ୍ଭ କରିପାରିବେ ପେଡ୍ ସବସ୍କ୍ରିପସନ୍ :

ଏବେ ଏଭଳି ଚ୍ୟାନେଲ୍ ଯାହାର ଏକ ଲକ୍ଷରୁ ଅଧିକ ସବସ୍କ୍ରାଇବର୍ ଅଛନ୍ତି ସେ ପେଡ୍ ସବସ୍କ୍ରିପସନ୍ ମଧ୍ୟ ଆରମ୍ଭ କରିପାରିବେ ଏବଂ ନିଜ ସବସ୍କ୍ରାଇବରଙ୍କ ଠାରୁ ୪.୯୯ ଡଲାର ଅର୍ଥାତ୍ ୩୨୦ ଟଙ୍କା ମାସିକ ଶୁଳ୍କ ହିସାବରେ ନେବେ । ଗୁଗୁଲ ତରଫରୁ ଏହା ବି କୁହାଯାଇଛି ଯେ ଭିଡିଓ କରୁଥିବା ଲୋକ ସାର୍ଟ କିମ୍ବା ଫୋନ୍ କଭର ଭଳି ବସ୍ତୁ ମଧ୍ୟ ବିକ୍ରି କରିପାରିବେ । ଉଦାହରଣ ସ୍ୱରୁପ ଯଦି ଆପଣଙ୍କୁ କୌଣସି ୟୁଟ୍ୟୁବର୍ ଙ୍କ ଭିଡିଓ ପସନ୍ଦ ଆସିଯାଏ ତେବେ ଚ୍ୟାନେଲ୍ ସବସ୍କ୍ରାଇବ୍ କରିଥିବା ଲୋକ ଆପଣଙ୍କୁ ଏଥିପାଇଁ ଟଙ୍କା ବି ମାଗିପାରିବ ।