ସାବରିମାଳାରେ ହାଇଭୋଲଟେଜ୍ ଡ୍ରାମା : ୧୨ ଜଣ ମହିଳା ଭକ୍ତ ଆୟାପ୍ପା ମନ୍ଦିର ଭିତରକୁ ଜବରଦସ୍ତ ପଶିବାକୁ ଉଦ୍ୟମ କରିବାରୁ ଉତ୍ତେଜନା

ପୁଲିସ ଅଟକାଇବା ପରେ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ

92

କନକ ବ୍ୟୁରୋ : ସାବରିମାଳା ମନ୍ଦିରରେ ୧୨ ଜଣ ମହିଳା ଭକ୍ତ ଜବରଦସ୍ତ ପଶିବାକୁ ଉଦ୍ୟମ କରିବାକୁ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ମହିଳାମାନଙ୍କୁ ଆୟାପ୍ପା ଭକ୍ତମାନେ ମନ୍ଦିର ଭିତରକୁ ଯିବା ପାଇଁ ଅଟକାଇଥିଲେ । ପରେ ସେମାନେ ସେଠାରେ ଥିବା ଗଣେଷ ମନ୍ଦିର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପୋଲିସ ଆଗରେ ଧାରଣା ଦେଇଛନ୍ତି ।

ଚେନ୍ନାଇର ମହିଳା ସଙ୍ଗଠନ ‘ମିଠାଇ’ର ସଦସ୍ୟାମାନେ ବର୍ତ୍ତମାନ ରାସ୍ତାରେ ଆଣ୍ଠୁମାଡ଼ି ବସିଛନ୍ତି । ନିରାପତ୍ତାନ ନିମନ୍ତେ ସେମାନଙ୍କ ଚାରି ପଟେ ପୁଲିସ ଘେରି ରହିଛନ୍ତି । ସଂଗଠନର ଅନ୍ୟତମ ସଦସ୍ୟା ତିଲକବତୀ କହନ୍ତି, ମନ୍ଦିର ଦର୍ଶନ କରିବା ଯାଏଁ ଆମେ ପ୍ରତିବାଦ କରିବୁ ଏବଂ ପ୍ରଭୁ ଆୟାପ୍ପାଙ୍କୁ ପ୍ରାର୍ଥନା କରିବୁ । ନିରାପତ୍ତା କାରଣ ଦର୍ଶାଇ ପୁଲିସ ଆମକୁ ଫେରିଯିବାକୁ କହିଛି । କିନ୍ତୁ, ଆମେ ଫେରିଯିବୁ ନାହିଁ  ।

ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଏହି ଅଂଚଳରେ ୧୪୪ଧାରା ବଳବତ୍ତର ରହିଥିବା ବେଳେ ଭକ୍ତମାନେ ଏକାଠି ଯିବା ଉପରେ କଟକଣା ରହିଛି । ତେଣୁ ୧୨ଜଣ ମହିଳା ଏକତ୍ର ମନ୍ଦିର ପ୍ରବେଶକୁ ଅଟକାଇବା ପାଇଁ ପ୍ରଶାସନ ମଧ୍ୟ ଉଦ୍ୟମ କରିଥିଲା ।