ଫାଟିଲା ୧୦୮ ଅକ୍ସିଜେନ ପାଇପ୍ : ଭଦ୍ରକ ଚାନ୍ଦବାଲି ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ

28

ଭଦ୍ରକ : ଅଧବାଟରେ ଫାଟିଗଲା ୧୦୮ ଅମ୍ବୁଲାନ୍ସ ଅକ୍ସିଜେନ୍ ପାଇପ । ଏକ ଘଂଟାରୁ ଅଧିକ ସମୟ ଧରି ରାସ୍ତାରେ ଅଟକି ରହିଲା ଆମ୍ବୁଲାନ୍ସ । ରୋଗୀ ଗୁରୁତର ଅବସ୍ଥାରେ ଛଟପଟ । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ । ଜଣେ ସାପ କାମୁଡା ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ନେବା ବେଳେ ଏଭଳି ଘଟଣା ଘଟିଛି ।

ହଠାତ୍ ଆମ୍ବୁଲାନ୍ସରେ ଥିବା ଅକ୍ସିଜେନ ପାଇପଟି ଫାଟିଯିବାରୁ ଗାଡି ଆଗକୁ ଗଡି ନଥିଲା । ଫଳରେ ସାପ କାମୁଡା ରୋଗୀ ଜଣଙ୍କ ରାସ୍ତା ଉପରେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ଘଂଟାଏ ପରେ କେନ୍ଦ୍ରାପଡା ରାଜକନିକାରୁ ଏକ ୧୦୮ ଆମ୍ବୁଲାନ୍ସ ଆସି ରୋଗୀ ଜଣଙ୍କୁ ସଂକଟାପନ୍ନ ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା।