ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୦ ହଜାର ବିଧବା ମହିଳା ! ଜାଣନ୍ତୁ କଣ ରହିଛି ଉଦ୍ଦେଶ୍ୟ ।

67

ଅନ୍ତଃରାଷ୍ଟ୍ରୀୟ ବିଧବା ଦିବସ ଅବସରରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୧୦ ହଜାର ବିଧବା ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି । ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ରାଜସ୍ଥାନ, ଝାରଖଣ୍ଡ ଏବଂ ପଞ୍ଜାବର ବିଧବା ମହିଳା ମାନେ ନିଜର ସମସ୍ୟା ବିଷୟରେ ମୋଦିଙ୍କ ପାଖକୁ ପତ୍ର ଲେଖିଛନ୍ତି । ପୂର୍ବରୁ ୨୦୦୯ ମସିହାରେ ମହିଳା ଅଧିକାରୀ ରାଷ୍ଟ୍ରମଞ୍ଚ ଏହି ପୋଷ୍ଟକାର୍ଡ ଅଭିଯାନ ଆରମ୍ଭ କରିଥିଲେ । ଯାହା ଦ୍ୱାରା ଦେଶର ବିଧବା ମହିଳା ମାନେ ଅନ୍ତଃରାଷ୍ଟ୍ରୀୟ ବିଧବା ଦିବସରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପୋଷ୍ଟକାର୍ଡ ପଠାଇଥାନ୍ତି । ସେଥିମଧ୍ୟରୁ ପ୍ରଭାତୀ ଦେବୀ ଅନ୍ୟତମ, ଯିଏ ଏବେ କାମ କରିବାରେ ସମ୍ପୁର୍ଣ୍ଣ ଅକ୍ଷମ ଅଟନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖି ପ୍ରତି ବିଧବା ମହିଳା ମାନଙ୍କୁ ପେନସନ ଭାବରେ ୨୦୦୦ ଟଙ୍କା ଦେବାକୁ ଦାବି କରିଛନ୍ତି ।

ମହିଳା ଅଧିକାରୀ ରାଷ୍ଟ୍ରୀୟ ମଞ୍ଚର ସମ୍ପାଦକ ନିର୍ମଳ ଚନ୍ଦେଲଙ୍କ କହିବା ଅନୁସାରେ, ଏହି ବିଧବା ମହିଳାମାନେ ପ୍ରମାଣ କରିଛନ୍ତି, ସେ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା ସହ ନିଜ ଜୀବନକୁ ସୁନ୍ଦର ମଧ୍ୟ କରିପାରନ୍ତି । ତେଣୁ ସରକାର ଏମାନଙ୍କ ସମସ୍ୟା ଉପରେ ଧ୍ୟାନ ଦେବା ଉଚିତ । ଏହି କାରଣରୁ ବିଧବା ମହିଳା ମାନେ ପ୍ରଧନମନ୍ତ୍ରୀଙ୍କ ପାଖକୁ ପତ୍ର ଲେଖିଛନ୍ତି । ସେମାନଙ୍କ ଆଶା ରହିଛି ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସମସ୍ୟାକୁ ବୁଝି ବିଧବା ମାନଙ୍କୁ ସୁବିଧା ସୁଯୋଗ ଯୋଗାଇଦେବେ ।