୬୪ ତମ ନ୍ୟାସନାଲ ଆୱାର୍ଡ ଘୋଷଣା ! ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚିତ୍ର ‘ନୀରଜା’, ସର୍ବଶ୍ରେଷ୍ଠ ଅଭିନେତା ଅକ୍ଷୟ କୁମାରଙ୍କୁ ସମ୍ମାନ

36

୬୪ତମ ଜାତୀୟ ଚଳଚ୍ଚିତ୍ର ପୁରଷ୍କାର ଘୋଷଣା ହୋଇଛି । ରାମ ମାଧବାନୀ ନିର୍ଦ୍ଦେଶିତ ସିନେମା ‘ନୀରଜା’ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଆୱାର୍ଡ ପାଇଛି । ‘ରୁସ୍ତମ’ ପାଇଁ ଅକ୍ଷୟ କୁମାରଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ଓ ମଲୟାଲମ ସିନେମା ‘ମିନ୍ନାମିନୁଙ୍ଗୁ’ ପାଇଁ ସୁରଭୀ ଲକ୍ଷ୍ମୀଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଛି ।

ସେହିପରି ବେଷ୍ଟ ଭିଏଫଏକ୍ସ କ୍ୟାଟେଗୋରୀରେ ଅଜୟ ଦେବଗନଙ୍କ ‘ଶିବାୟ’କୁ ଆୱାର୍ଡ ମିଳିଛି । ଏହାସହ ‘ନୀରଜା’ ସିନେମା ପାଇଁ ସୋନମ କପୁରଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଛି ।