ସ୍ୱାମୀ କାନ୍ଧରେ ସ୍ତ୍ରୀର ଶବ ବୋହିନେବା ଘଟଣା : ଭବାନୀପାଟଣାରେ ପହଚିଂଲା ପଦଯାତ୍ରା

20

କଳାହାଣ୍ଡି : କଳାହାଣ୍ଡିରେ ସ୍ତ୍ରୀର ଶବକୁ କାନ୍ଧରେ ବୋହି ନେବା ଘଟଣାରେ ଜୋରାଦାର ଆନ୍ଦୋଳନ କରୁଛି କଂଗ୍ରେସ । ଦାନ ମାଝିର ଗାଁ ମେଲଘରାରୁ ବାହାରିଥିବା ପଦଯାତ୍ରା ଆଉ କିଛି ସମୟ ପରେ ଭବାନୀପାଟଣାରେ ପହଂଚିଛି କଂଗ୍ରେସର ପଦଯାତ୍ରା । ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ କଂଗ୍ରେସ ପଦଯାତ୍ରା ପହଚିଂବା ପରେ ଏକ ଜନସଭା କରାଯିବ । ଏହା ପରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବାର କାର୍ଯ୍ୟକ୍ରମ ରହିଛି ।

ପଦଯାତ୍ରାରେ ଦାନ ମାଝୀଙ୍କ ସମେତ ତାଙ୍କ୨ ଝିଅ ବି ସାମିଲ ହୋଇଛନ୍ତି । ଦାନ ମାଝିଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା, ତାଙ୍କର ଝିଅଙ୍କ ପାଠପଢା ଦାୟିତ୍ୱ ସରକାର ନେବା ସହ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ କଂଗ୍ରେସ ଦାବି କରିଛି । ଏସବୁ ପୂରଣ ନହେବା ଯାଏଁ ଦଳ ଆନ୍ଦୋଳନ ଜାରି ରଖିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା । ସେହିପରି ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ଆସନ୍ତାକାଲି କଳାହାଣ୍ଡିରେ ବିଜେପି କର୍ମୀ ମାନେ ଉପବାସରେ ରହି ଧାରଣାରେ ବସିବେ ।