ଜାମ୍ମୁରେ ପୁଣି ଏନକାଉଣ୍ଟରରେ ୩ ଆତଙ୍କବାଦୀ ମୃତ, ଜଣେ ଭାରତୀୟ ଯବାନ ସହିଦ । ସୀମାରେ ଜାରି ରହିଛି କମ୍ବିଂ ଅପରେସନ

55

କନକ ବ୍ୟୁରୋ : ଜାମ୍ମୁର ରାଜଧାନୀ ଶ୍ରୀ ନଗରରେ ଆଜି ସକାଳୁ ପୁଣି ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । ଏହି ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ମଧ୍ୟ ଜଣାପଡିଛି । ଆତଙ୍କବାଦୀମାନେ ସ୍ଥାନୀୟ ଜଙ୍ଗଲ ପାଖରେ ଲୁଚିରହିଥିବା ସୁରକ୍ଷାକର୍ମୀ ମାନେ କୌଣସି ପ୍ରକାରର ସୂଚନା ପାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ଅପରେସନ । ତେବେ କମ୍ବିଂ ବେଳେ ଯବାନଙ୍କ ଗୁଳିରେ ଟଳିପଡିଥିଲେ ୩ ଆତଙ୍କବାଦୀ । ଘଟଣା ସ୍ଥଳରୁ ଅନେକ ମାରଣାସ୍ତ୍ରକ ସାମଗ୍ରୀ ମଧ୍ୟ ମିଳିଥିବା ସୂଚନା ମିଳିଛି । ତେବେ ଭାରତୀୟ ଜଣେ ଯବାନ ମଧ୍ୟ ଏହି ଗୁଳିବିନିମୟରେ ସହିଦ ହୋଇଥିବା ସୂଚନା ମିଳିଛି ।

 

ବାରମ୍ବାର ଜାମ୍ମୁ ଅଚଂଳରେ ଆତଙ୍କବାଦୀମାନେ ଭାରତୀୟ ଯବାନମାନଙ୍କୁ ଟାର୍ଗେଟ କରୁଥିବାରୁ ସୀମାରେ ଯବାନମାନେ ଅଧିକ ସତର୍କ ରହି କାମ କରିବା ପାଇଁ ସେନା ପକ୍ଷରୁ ଯବାନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆତଙ୍କବାଦୀମାନେ କେବେଠାରୁ ସେହି ସ୍ଥାନରେ ରହିଥିଲେ ତାହାର ସୂଚନା ମିଳିପାରିନାହିଁ । ପୂର୍ବରୁ ମଧ୍ୟ ଅନେକ ଥର ଏପରି ଭାବରେ ସେନା ଉପରକୁ ଗୋଳିମାଡ ହୋଇଛି ଯେଉଁଥିଲେ ଯବାନମାନେ ମଧ୍ୟ ସହିଦ ହୋଇଛନ୍ତି ।