କମେଣ୍ଟ ମରାକୁ ନେଇ ଗାଁରେ ଗୋଷ୍ଠୀ ସଂଘର୍ଷ । ଟାଙ୍ଗିଆରେ ହାଣି ବୃଦ୍ଧଙ୍କୁ ହତ୍ୟା, ପୁଅ ଗୁରୁତର

194

କନକ ବ୍ୟୁରୋ : ଯୁବତୀଙ୍କୁ କମେଂଟ ମରାକୁ ନେଇ ଗାଁରେ ଗୋଷ୍ଠୀ ସଂଘର୍ଷ । ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡାଶୋଦା ଗାଁରେ ଗୋଷ୍ଠୀ ସଂଘର୍ଷ ପରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ପୁଅ ଗୁରୁତର ଅବସ୍ଥାରେ ତାଳଚେର ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ।
ସୂଚନା ଅନୁସାରେ : ଗତ ୧୧ ତାରିଖରେ ଗାଁର ମୋହନ ବାଇଙ୍କ ଝିଅ ଫେରିବା ସମୟରେ ଗାଁର କିଛି ଯୁବକ ତାଙ୍କୁ କମେଂଟ ମାରିଥିଲେ । ଏହାକୁ ନେଇ ପଚାରିବା ପରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା ଟାଙ୍ଗିଆ , ମାରଣାସ୍ତ୍ର ସହ ଠେଙ୍ଗାରେ ହୋଇଥିଲା ସଂଘବଦ୍ଧ ଆକ୍ରମଣ । ଏହା ପରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଗୁରୁତର ମୋହନ ଏବେ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ମୃତ ବୃଦ୍ଧଙ୍କ ନାମ ପୂର୍ଣ୍ଣଚନ୍ଦ୍ର ବାଇ ବୋଲି ଜଣାପଡିଛି । ଥାନାରେ ମାମଲା ରୁଜ୍ଜୁ ପରେ ପୋଲିସ ହତ୍ୟାକାରୀଙ୍କୁ ଖୋଜୁଛି ।