ବିଗ୍ ବି’ଙ୍କୁ ସିନେ ଜଗତର ସର୍ବୋଚ୍ଚ ପୁରସ୍କାର ! ଅମିତାଭ ବଚ୍ଚନଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି ।

335

କନକ ବ୍ୟୁରୋ : ବିଗ୍ ବି ଅମିତାଭ ବଚ୍ଚନଙ୍କୁ ମିଳିଲା ଦାଦାସାହେବ ଫାଲକେ ପୁରସ୍କାର । ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଉତ୍ସବରେ ଅମିତାଭଙ୍କୁ ସମ୍ମାନିତ କଲେ ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କଲେ ଅମିତାଭ ବଚ୍ଚନ । ସିନେ ଜଗତର ସର୍ବୋଚ୍ଚ ପୁରସ୍କାର ଦାଦାସାହେବ ଫାଲକେ । ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଅମିତାଭ ବଚ୍ଚନ । ପୁରସ୍କାର ପାଇଁ ଯୋଗ୍ୟ ମଣିଥିବାରୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ବିଗ ବି ।