ନିଜ ଝିଅକୁ ଦୁଷ୍କର୍ମ କରୁଥିଲା ବାପା ! ଦୋଷୀ ସାବ୍ୟସ୍ତ ହେବା ପରେ, ଏମିତି ରାୟ ଶୁଣାଇଲେ କୋର୍ଟ

2,164

କନକ ବ୍ୟୁରୋ : ନିଜ ନାବାଳିକା ଝିଅ ସହ ଦୁଷ୍କର୍ମ କରିଥିବା ବାପାକୁ ସାରା ଜୀବନ ଜେଲରେ ରହିବାକୁ ପଡିବ । ଏପରି କଡା ରାୟ ଶୁଣାଇଛନ୍ତି ଛତିଶଗଡର ଏକ କୋର୍ଟ । ମିଳିଥିବା ସୂଚନା ଅନୁସାରେ, ନିଜ ଝିଅ ସହ ଏପରି ଅପକର୍ମ କରିଥିବା ୪୧ ବର୍ଷିୟ ଜନୈକ ବ୍ୟକ୍ତିଙ୍କ ବିରୋଧରେ ଏପରି ରାୟ ଶୁଣାଇଛନ୍ତି କୋର୍ଟ । ଏପରି ଘୃଣ୍ୟ କାମ ଲାଗି ଅଦାଲତ ତାଙ୍କ ପ୍ରତି ସାମାନ୍ୟ ବି ଉଦାର ନ ହୋଇ ନିଷ୍ପତ୍ତି ନେଇଛନ୍ତି। କେବଳ ଏତିକି ନୁହେଁ ବରଂ ଏହି କାଣ୍ଡରେ ସାମିଲ ଥିବା ଅନ୍ୟଦୁଷ୍କର୍ମକାରୀ ଉପରେ ଜୋରିମାନା ବି ଲଗାଇଛନ୍ତି।

ଭାରତୀୟ ପିଙ୍ଗଳ କୋଡ ୩୭୬-ଏବି ଧାରା(୧୨ ବର୍ଷରୁ ସାନ ଝିଅଙ୍କୁ ଦୁଷ୍କର୍ମ) ଅନୁସାରେ ସ୍ବତନ୍ତ୍ର ବିଚାରପତି ଅଭିଯୁକ୍ତକୁ ଦୋଷୀ ଘୋଷଣା କରିଛନ୍ତି। ଦୁଷ୍କର୍ମକାରୀର ଝିଅର ବୟସ ଯଦିଓ ଏବେ ୧୭ ବର୍ଷ, ନାବାଳିକା ଜଣକ ଦୀର୍ଘ ପାଞ୍ଚ ବର୍ଷ ତଳୁ ନିଜ ବାପା ଦ୍ବାରା ଦୁଷ୍କର୍ମର ଶିକାର ହୋଇ ଆସୁଥିବା ସୂଚନା ରହିଛି। ଦୁଷ୍କର୍ମକାରୀ ଜଣକ ନାବାଳିକା ଝିଅକୁ ନିଜ ଘରେ ହିଁ ଦୁଷ୍କର୍ମ କରୁଥିଲେ।

ସୂଚନା ରହିଛି ଯେ ପୀଡ଼ିତା ୨୦୧୪ ମସିହାରୁ ନିଜ ବାପା ଦ୍ବାରା ଦୁଷ୍କର୍ମର ଶିକାର ହୋଇ ଆସୁଥିଲେ। ଚଳିତ ବର୍ଷ ଜୁନ୍ ମାସରେ ପୀଡ଼ିତା ଜଣକ ନିଜ ମାଆଙ୍କ ସହ ମିଶି ପୁଲିସ୍ ଷ୍ଟେସନରେ ଅଭିଯୋଗ ଲେଖାଇବା ପରେ ଘଟଣା ସାମ୍ନାକୁ ଆସିଛି। ପୀଡ଼ିତା ପୁଲିସ ସମ୍ମୁଖରେ କହିଛନ୍ତି କି ତାଙ୍କ ବାପା ତାଙ୍କୁ ମାରିଦେବାର ଧମକ ଦେଉଥିବା କାରଣରୁ ସେ ପୂର୍ବରୁ ଅଭିଯୋଗ ଆଣିବାକୁ ସାହସ ବାନ୍ଧିପାରୁ ନଥିଲେ।