କାଶ୍ମୀରରେ ପୁଣି ଆତଙ୍କୀ ହମଲା : ବାନ୍ଦିପୁରାରେ ସେନା-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

21

କନକ ବ୍ୟୁରୋ : ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ଜମ୍ମୁ ଓ କାଶ୍ମୀରର ବାନ୍ଦିପୁରା ଅଂଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବû ଏନକାଉଂଟରରେ ଜଣେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି  । ଏହାସହ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ବାନ୍ଦିପୁରାର ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଏନକାଉଂଟର ହୋଇଥିବାବେଳେ, ଏଠାରେ ଆଉ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଛି । ସେପଟେ ସୋପୋର ଅଂଚଳରେ ବି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।