ମେଡିକାଲରୁ ମଶାଣି! ଆତ୍ମୀୟ କହିଲେ ଶେଷ କାହାଣୀ

49

ମେଡିକାଲରୁ ମଶାଣି । ସମରୁ ସ୍ୱର୍ଗଦ୍ୱାର । ଜୁଇ ଉପରେ ଜଳି ଯାଉଛି ସ୍ୱପ୍ନ । କିଏ ହାରିଯାଇଛି ପୁଣି କିଏ ହରାଇଛି । କାହା ସଂସାର ଜଳୁଛି ତ କାହା ସଂପର୍କ । ବେଳାଭୂମିର ବାଲିରେ ପିଟି ହୋଇ ଫେରି ଆସୁଛି ଆତ୍ମୀୟଙ୍କ ବାହୁନା କାନ୍ଦର ସ୍ୱର । ଏ ସମସ୍ତ ଜୀବନ ଫେରି ପାଇବାକୁ ଘରଦ୍ୱାର ଛାଡି ଚାଲି ଆସିଥିଲେ ମେଡିକାଲକୁ । ହେଲେ ଜୀବନ ଫେରିବା ବଦଳରେ ଚାଲିଗଲା ରାତିର ଅନ୍ଧାର ଭିତରେ । ଆଉ ରାତି ପାହିବା ବେଳକୁ ଶବ ପହଂଚି ଯାଇଥିଲା ସ୍ୱର୍ଗଦ୍ୱାରରେ ।

vlcsnap-2016-10-18-20h42m06s175୧୦ ଦିନ ତଳେ ବ୍ରହ୍ମପୁର ଗୋସାଣୀ ନୂଆଗାଁରୁ ବଡ ହସ୍ପିଟାଲକୁ ଆସିଥିଲେ ୭୦ ବର୍ଷିୟ ତ୍ରିବେଣୀ ନାୟକ । ନିମୋନିଆ ରୋଗରେ ପୀଡିତ ତ୍ରିବେଣୀଙ୍କୁ ରଖାଯାଇଥିଲା ଆଇସିୟୁରେ । ଚେତା ଫେରିବା ପରେ ଭାବିଥଲେ କଥା କହିବେ । ହେଲେ ସଂଧ୍ୟରେ ଅଚାନକ୍ ଖୋଲିଗଲା ଭେଣ୍ଟିଲେଟର୍ । ଆଉ ସବୁଦିନ ପାଇଁ ନୀରବି ଗଲେ ତ୍ରିବେଣୀ ।

ଛତ୍ରପୁର ପୁରୁଣାପାଟଣାର ଏ ଛୋଟିଆ ପରିବାର ବି ଭିଜୁଥିଲା ଲୁହରେ । କାରଣ ମାରାତ୍ମକ ବ୍ଲଡ୍ କ୍ୟାନ୍ସର କବଳରୁ ଲିଙ୍ଗରାଜଙ୍କୁ ବଂଚାଇବାକୁ ସବୁ ସଂଚିତ ଅର୍ଥ ଲଗାଇ ଦେଇଥିଲେ ପରିବାର ଲୋକେ । ହେଲେ କ୍ୟାନ୍ସର ଠାରୁ ଆହୁରି ମାରାତ୍ମକ ସାଜିଲା ସମର ଦୁର୍ବଳ ବ୍ୟବସ୍ଥା । ଆଉ ସୁସ୍ଥ ମଣିଷ ଫେରିବା ବଦଳରେ ଘରକୁ ଫେରିଲା ଶବ ।

ଧୂଆଁଠାରୁ ବି ଅସ୍ପଷ୍ଟ ଥିଲା ମୃତ୍ୟୁର ତାଲିକା । ରାତି ବଢୁଥିଲା ତାଲିକା ଲମ୍ଭୁଥିଲା । ସମ୍ ହସପିଟାଲ୍ ଛାଡି ସଂପର୍କୀୟ ଧାଉଁଥିଲେ ମେଡିକାଲରୁ ମେଡିକାଲ୍ । କାରଣ ରାଜଧାନୀର ବିଭିନ୍ନ ହସପିଟାଲରେ ଭର୍ତି ହୋଇଥିଲେ ଆହତ । ବିଳମ୍ବିତ ରାତିରେ ୧୯ ଜଣ ପ୍ରାଣ ହରାଇଥିବା କଥା ସ୍ପଷ୍ଟ ହୋଇଥିଲା । ଆଉ ସକାଳୁ ଏ ସଂଖ୍ୟା ପହଁଚିଥିଲା ୨୦ରେ ।