ଆପଣଙ୍କ ଫୋନରେ ସ୍ଲୋ ହେଉଛି କି ହ୍ୱାଟସଆପ ? ତେବେ ବିନା କୌଣସି ଡାଟା ଖର୍ଚ୍ଚ କରି ମାତ୍ର ୪ଟି ଷ୍ଟେପରେ ଦୂର କରନ୍ତୁ ସମସ୍ୟା

25

ଲୋକପ୍ରିୟ ଆପ ଭାବରେ ହ୍ୱାଟସଆପ୍ ଏବେ ପରିଚିତ । ଯାହାର ବ୍ୟବହାର ପାଇଁ ପାଗଳ ପିଲାଠାରୁ ଆରମ୍ଭ କରି ବୃଢା ପର୍ଯ୍ୟନ୍ତ । ମାତ୍ର ହ୍ୱାଟସଆପର ଲୋକପ୍ରିୟତା ଯେତେ ବଢୁଛି ଏହାର ସମସ୍ୟା ମଧ୍ୟ ଦିନକୁ ଦିନ ଅସହ୍ୟ ହୋଇପଡୁଛି । ଏକଥା ଆମେ କହୁଁ ନାହୁଁ ବରଂ ଖୋଦ୍ ଏହି ସମସ୍ୟାର ଶିକାର ହୋଇଥିବା କିଛି ୟୁଜର୍ସଙ୍କର ଦାବି ରହିଛି ।

ସୂଚନା ମୁତାବକ, ୧୩ ଜାନୁଆରୀରୁ ଭାରତରେ ଅନେକ ୟୁଜର୍ସଙ୍କ ଫୋନରେ ହ୍ୱାଟସଆପ ଏକପ୍ରକାରେ ଅଚଳ ହୋଇପଡିଛି । ଏହି ଆପଟି ଅନେକ ସ୍ମାର୍ଟଫୋନରେ  “obsolete” ଦେଖା ଯାଉଛି । ତେବେ ଏହି ସମସ୍ୟା ସବୁଠାରୁ ବେଶି ଏମଆଇ ସ୍ମାର୍ଟଫୋନରେ ହିଁ ଦେଖାଦେଇଛି । ୟୁଜର୍ସ ଯେତେବେଳେ ହିଁ ନିଜ ଫୋନରେ ହ୍ୱାଟସଆପ ଖୋଲୁଛନ୍ତି ଠିକ୍ ସେତେବେଳେ ହିଁ ତାଙ୍କୁ କୁହାଯାଉଛି କି ଆପଣଙ୍କର ହ୍ୱାଟସଆପ ଏବେ ପୁରୁଣା ହୋଇଯାଇଛି ଏବଂ ଏହାକୁ ତୁରନ୍ତ ଅପଡେଟ୍ କରାନ୍ତୁ ।

ଖାଲି ସେତିକି ନୁହେଁ ଏକ ମେସେଜ ମଧ୍ୟ ଆସୁଛି ଯେଉଁଥିରେ ଲେଖାଯାଇଛି କି, “This version of WhatsApp became obsolete 0n 13 Jan, 2018. Please go to the Google Play Store and download the latest version.” । ଯଦି ଆପଣ ଏହି ସମସ୍ୟାର ଶିକାର ହେଉଛନ୍ତି ତେବେ ଆଜି ଆମେ ଏଠାରେ ଆପଣଙ୍କର ଏହି ସମସ୍ୟାର ସମାଧାନ ପାଇଁ ଏକ ଉପାୟ ସଂପର୍କରେ ଜଣାଇବାକୁ ଯାଉଛୁ । ଯାହାକୁ ଅନୁସରଣ କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଜାଣିବା  .  .  .

ଏଠାରେ ଆମେ କହି ରଖୁଛୁ କି ଏଥିପାଇଁ ଆପଣଙ୍କୁ ହ୍ୱାଟସଆପକୁ ଅନଇନଷ୍ଟଲ କରିବାକୁ ପଡିବ ନାହିଁ । ବରଂ ଆମେ କହିଥିବା କିଛି ଷ୍ଟେପକୁ ଫଲୋ କରି ବିନା କୌଣସି ଡାଟା ଖର୍ଚ୍ଚ କରି ଆପଣ ଏହି ସମସ୍ୟାର ସମାଧାନ କରିପାରିବେ ।

 ପ୍ରକ୍ରିୟା

• ସର୍ବପ୍ରଥମେ ଆପଣ ମୋବାଇଲର ସେଟିଂ ଅପସନକୁ ଯାଆନ୍ତୁ ।

• ଏଠାରେ  ଆପଣ  apps from unknown sources କୁ Allow କରି ଦିଅନ୍ତୁ ।

• ଏବେ WhatsApp.com/android କୁ ଯାଆନ୍ତୁ । ଏବଂ ହ୍ୱାଟସଆପର ଲାଟେଷ୍ଟ ଭର୍ସନକୁ ଡାଉନଲୋଡ କରି ଦିଅନ୍ତୁ ।

• ଏଭଳି ଭାବରେ ଆପଣଙ୍କର ହ୍ୱାଟସଆପ୍ ଅପଡେଟ୍ ହୋଇଯିବ ।