କଳିଯୁଗର ସାବିତ୍ରୀ ! ସ୍ୱାମୀଙ୍କ ମୃତଦେହ ଧରି ପଡିରହିଲେ ଚାରି ଦିନ । ଜାଣନ୍ତୁ କାହିଁକି

25

ନିଜ ସ୍ୱାମୀଙ୍କ ମୃତ ଦେହ ସହ ଚାରିଦିନ ରହିଲେ ମହିଳା । ଏହି ଘଟଣା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ରହସ୍ୟମୟ । କୋଲକାତାର ଜଣେ ୭୦ ବର୍ଷୀୟ ମହିଳା ସ୍ୱାମୀଙ୍କ ମୃତଦେହ ସହ ବିତାଇଲେ ଚାରି ଦିନ । ଆଉ ପେପର ଧରାଇଦେଲା ଏହି ଘଟଣା । ଘର ଦୁଆର ମୁହଁ ନିକଟର କିଛି ପେପର ପଡିରହିବା ପରେ ଏହି ଘଟଣା ପଡୋଶୀଙ୍କ ନଜରକୁ ଆସିଥିଲା । ପେପର କବାଟ ପାଖରେ ପଡିରହୁଥିବା ପେପର କେହି ଉଠାଉ ବି ନଥିଲେ ।

ପଡୋଶୀମାନେ ବରିଷ୍ଠ ଦମ୍ପତ୍ତିଙ୍କ ବିଷୟରେ ଜାଣିବା ପାଇଁ ବୁଝିବାକୁ ଯିବା ସମୟରେ ଭିତରପଟୁ କବାଟ ବନ୍ଦ ଥିବା ଜାଣିବାକୁ ପାଇଥିଲେ ।ସେମାନେ ଏନେଇ ହରିଦେବପୁର ଥାନାକୁ ଜଣାଇଥିଲେ । ଫୋଲିସ କବାଟ ଭାଙ୍ଗି ଘର ଭିତରକୁ ଯିବା ସମୟରେ ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ମୃତ ଦେହ ନିକଟରେ ଠିଆ ହୋଇଥିଲେ ।ଏପରିକି ତାଙ୍କ ମୁହଁରୁ କଥା ବାହାରୁୁନଥିଲେ ।

କଥାକହିପାରୁନଥିଲେ ଏବଂ ମୁହଁରେ କେବଳ ଲୁହର ଦାଗ ଦେଖିବାକୁ ମିଳୁଥିଲା । ଉସ୍ତାଦ ଅମିର ଖାନ ସରନୀଙ୍କ ପାଖରେ ଠିଆ ହୋଇ ରହିଥିଲେ ବୟସ୍କା ମହିଳା । କେବଳ ବିଶ୍ୱାସ ଥିଲା କାଳେ ସ୍ୱାମୀ ବଂଚିଯିବେ । ଏହି ବିଶ୍ୱାସ ନେଇ ସେ ସ୍ୱାମୀଙ୍କ ପାଖରେ ପଡିରହିଥିଲେ । ଗତ ୮ ଜାନୁୟାରୀରୁ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରୁଛନ୍ତି ପଡୋଶୀ । କିନ୍ତୁ ସେ କାହାରିକୁ କିଛି ବିି ଜଣାଇନଥିଲେ । ମୃତକ ଜଣକ ଲେବର ବୋର୍ଡର ପୂର୍ବତନ କର୍ମଚାରୀ । ୨୦୧୫ରୁ କୋଲକାତରେ ଏପରି ଦୁଇଟି ଘଟଣା ଦେଖିବାକୁ ମିଳିଛି ।