ବାପା ହୀରା ବ୍ୟବସାୟୀ : ପୁଅ ହୋଟେଲ ବୟ

50

ବାପା କୋଟିପତି, ପୁଅ ହୋଟେଲ ବୟ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଇ ପାରେ ହେଲେ କାହାଣୀଟି ସତ । ଗୁଜୁରାଟର ହୀରା ବ୍ୟବସାୟୀ ସାବଜୀ ଢ଼ୋଲାକିଆଙ୍କ ୨୧ ବର୍ଷିୟ ପୁଅ ଦ୍ରଭ୍ୟ ଢ଼ୋଲାକିଆ କେରଳର ଏକ ହୋଟଲରେ ଟେବୁଲ ସଫା କରୁଛନ୍ତି । କେବଳ ସେତିକି ନୁହେଁ, କେତେବେଳେ ଜୋତା ଦୋକାନରେ ତ ଆଉ କେତେବେଳେ ବେକେରୀରେ ସେଲ୍ସ ବୟ ଭାବେ କାମ କରୁଛନ୍ତି ।

special report - heera business son hotel boy in kerala

ସାବଜୀ ଢ଼ୋଲାକିଆ ଦେଶରେ ଜଣାଶୁଣା ହୀରା ବ୍ୟବସାୟୀଙ୍କ ମଧ୍ୟରେ ଅନ୍ୟତମ । ୬ ହଜାର କୋଟି ଟଙ୍କାର ମାଲିକ, ୭୧ ଟି ଦେଶରେ ତାଙ୍କ କାରବାର ଚାଲିଛି । ହେଲେ ଜୀବନର ମୁଲ୍ୟ ବୁଝିବାକୁ ତାଙ୍କ ପୁଅକୁ ସଂଘର୍ଷ କରିବାକୁ ଛାଡ଼ି ଦେଇଛନ୍ତି ବାପା । ଆମେରିକାରେ ଏମବିଏ ପଢୁଥିବା ଦ୍ରଭ୍ୟ ଛୁଟିିରେ ଭାରତ ଆସିଥିଲେ । ଗରିବ ଲୋକମାନେ କେମିତି ଜୀବନ ଅତିବାହିତ କରୁଛନ୍ତି, ଚାକିରି ପାଇଁ କେମିତି ଯୁବକମାନେ ସଂଘର୍ଷ କରୁଛନ୍ତି ସେହି କଥା ବୁଝିବା ପାଇଁ ତାଙ୍କ ବାପା ତାଙ୍କୁ ଏହି ଚ୍ୟାଲେଂଜ୍ ଦେଇଥିଲେ । ଆଉ ଏଥିରେ ରାଜି ହୋଇ ଦ୍ରଭ୍ୟ କେରଳର କୋଚିକୁ ଚାଲିଯାଇଥିଲେ । ଯେଉଁଠାରେ ଲୋକ ହିନ୍ଦୀ ଠିକରେ ବୁଝି ପାରନ୍ତି ଓ ଦ୍ରଭ୍ୟ ମାଲାୟଲମ୍ ବୁଝିପାରନ୍ତି ନାହିଁ । ସେହି ସ୍ଥାନରେ ହିଁ କାମ କରିବା ପାଇଁ ନିଷ୍ପତି ନେଇଥିଲେ ।

special report - heera business son hotel boy in kerala

ସେଠାରେ ପହଂଚିବା ପରେ ଗରିବ ଘରର ୧୦ ପାସ୍ କରିଥିବା ଏକ ଯୁବକର ପରିଚୟ ଦେଇ ଚାକିରି ଖୋଜିବାର ଅଭିଯାନ ଆରମ୍ଭ କରିଥିଲେ । ଦୀର୍ଘ ୫ ଦିନ ଯାଏଁ କିଛି ବି କାମ ନ ପାଇବା ପରେ ନିରାଶ ହୋଇଯାଇଥିଲେ । ପରେ ଏକ ହୋଟେଲରେ ଟେବୁଲ ସଫା କରିବାର କାମ ମିଳିଥିଲା । ଯିବା ବେଳେ ବାପା ତାଙ୍କୁ ୭ ହଜାର ଟଙ୍କା ଏବଂ ଗୋଟିଏ ମୋବାଇଲ ଫୋନ୍ ଦେଇଥିଲେ । ତେବେ ଅତି ଜରୁରୀ ନହେଲେ ଏହା ବ୍ୟବହାର କରିବାକୁ ମନା କରିଥିଲେ। ଆଉ ସର୍ତ ରଖିଥିଲେ ଯେମିତି କୋଟିଏ କାମ ୭ ଦିନରୁ ଅଧିକ ନକରିବେ । ଫଳରେ କେତେବେଳେ ଜୋତା ଦୋକାନରେ ତ ଆଉ କେତେ ବେଳେ ହୋଟେଲରେ କାମ କରୁଥିଲେ।

special report - heera business son hotel boy in kerala

ସାବଜୀ ଢ଼ୋଲାକିଆ ହେଉଛନ୍ତି ଗୁଜୁରାଟର ହରେ କୃଷ୍ଣ ଡାଇମଣ୍ଡ
ଏକ୍ସପଟର ମାଲିକ । ସାବଜୀ ଢ଼ୋଲାକିଆ ଓଡ଼ିଶା ମଧ୍ୟ ପୂର୍ବରୁ ଆସିଛନ୍ତି । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ମଧ୍ୟ ଯୋଗ ଦେଇଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ ଖବର କଥା ଗତବର୍ଷ- ଦିୱାଲିରେ ତାଙ୍କ କଂପାନୀରେ କାମ କରୁଥିବା କର୍ମଚାରୀଙ୍କୁ କାର, ଫ୍ଲାଟ୍ ଏବଂ ଲକ୍ଷାଧିକ ଟଙ୍କାର ସୁନାଗହଣା ବୋନସ୍ ଦେଇ ଚର୍ଚ୍ଚାକୁ ଆସିଥିଲେ ସାବଜୀ ଢ଼ୋଲାକିଆ ।