ପି.ଭି.ସିନ୍ଧୁ ହେଲେ ଡେପୁଟି କଲେକ୍ଟର !

50

ଆନ୍ଧ୍ର ପ୍ରଦେଶ : ପ୍ରସିଦ୍ଧ ମହିଳା ବ୍ୟାଡମିଂଟନ ଖେଳାଳୀ ପି.ଭି.ସିନ୍ଧୁଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା । ବୁଧବାର ଆନ୍ଧ୍ର ପ୍ରଦେଶରେ ଡେପୁଟି କଲେକ୍ଟର ପଦ ସମ୍ଭାଳିଛନ୍ତି ସିନ୍ଧୁ । ଅଲିମ୍ପିକ ଖେଳରେ ରଜତ ପଦକ ବିଜେତା ସିନ୍ଧୁ ଗୋଲାପୁଡିରେ ରାଜ୍ୟ ସଚିବାଳୟରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଏହି ଅବସରରେ ସିନ୍ଧୁଙ୍କ ସହ ତାଙ୍କ ମାତା-ପିତା ମଧ୍ୟ ଉପସ୍ଥିତ ଥିଲେ । ସୂଚନା ଅନୁସାରେ ସିନ୍ଧୁଙ୍କୁ ଟାଇମ୍ସ ଅଫ୍ ଇଣ୍ଡିଆ ସ୍ପୋର୍ଟ୍ସ ଆୱାର୍ଡ ୨୦୧୬ରେ ସ୍ପୋର୍ଟ୍ସ ଅଫ୍ ଦ ଇୟର ବଛାଯାଇଥିଲା ।

ସେ ଭୂମି ପ୍ରଶାସନର ମୁଖ୍ୟ ଆୟୁକ୍ତ(ସିସିଏଲଏ)ର କାର୍ଯ୍ୟାଳୟରେ ପହଁଚି ନିଜର ପଦ ଗ୍ରହଣ କରିଥିଲେ । ସିନ୍ଧୁ ସିସିଏଲଏ ପ୍ରମୁଖ ଆୟୁକ୍ତ ଅନିଲ୍ ଚନ୍ଦ୍ର ପୁନିଥାଙ୍କୁ ରିପୋର୍ଟ କରିଥିଲେ ଏବଂ ପରେ ଔପଚାରିକ ରୂପରେ ସେବାରେ ସାମିଲ ହେବା ପାଇଁ ପ୍ରାସଙ୍ଗିକ ଦସ୍ତାବିଜ ଉପରେ ଦସ୍ତଖତ କରିଥିଲେ । ଗତ ମାସରେ ସିନ୍ଧୁଙ୍କୁ ରାଜ୍ୟ ସରକାର ଗ୍ରୁପ୍-ଆଇ ଅଧିକାରୀ ରୂପରେ ନିଯୁକ୍ତ କରିଥିଲେ ।

ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ୨୯ ଜୁଲାଇରେ ବ୍ୟାଡମିଣ୍ଟନ ଖେଳାଳୀଙ୍କୁ ନିଯୁକ୍ତି ପତ୍ର ଦେଇଥିଲେ । ରାଜ୍ୟ ସରକାର ସିନ୍ଧୁଙ୍କୁ ୩୦ ଦିନ ଭିତରେ ଡେପୁଟି କଲେକ୍ଟର ପଦ ସମ୍ଭାଳିବା ପାଇଁ କହିଥିଲେ ।

(ସୌଜନ୍ୟ- ନବଭାରତ ଟାଇମ୍ସ)