ଆପଣଙ୍କ ଝିଅ ବିଦ୍ୟାଳୟରେ ପାଠପଢୁଛି କି? ତେବେ ସରକାରଙ୍କ ତରଫରୁ ମିଳିବ ଟଙ୍କା, ତୁରନ୍ତ ଏଠାରେ କରନ୍ତୁ ଆବେଦନ

54

ମିନିଷ୍ଟ୍ରି ଅଫ ମାଇନରିଟି ଆଫେୟର୍ସ ତରଫରୁ ସ୍କୁଲ ଯାଉଥିବା ମାଇନରିଟି କମ୍ୟୁନିଟିର ପିଲାମାନଙ୍କ ପାଇଁ ସ୍କଲାର୍ସିପକୁ ୧୫ ପ୍ରତିଶତ ବୃଦ୍ଧିକରିବାକୁ ନିଷ୍ପତି ନେଇଛି । ମିନିଷ୍ଟ୍ରିର ସବଅଡିନେଟ ଅର୍ଗାନାଇଜେସନ ଦ ମୌଲାନା ଆଜାଦ୍ ଏଜୁକେସନ ଫାଉଣ୍ଡେସନ (ଏମଏଇଏଫ) ତରଫରୁ ନ୍ୟାସନାଲ ସ୍କଲାର୍ସିପ ସ୍କିମର ବଜେଟ ବୃଦ୍ଧି କରିବାକୁ ନିଷ୍ପତି ନେଇଛି । ଖାଲି ଏତିକି ନୁହେଁ ଆହୁରୀ ମଧ୍ୟ ନିଷ୍ପତି ନିଆଯାଇଛି କି, ଏହି ସ୍କଲାର୍ସିପ ସ୍କିମ ସଂପର୍କରେ ଜନସଚେତନତା ବଢାଇବା ପାଇଁ ମଧ୍ୟ କ୍ୟାମ୍ପେନ ଆରମ୍ଭ ହେବ ।

ଏହି ଯୋଜନା ଆଧାରରେ ବର୍ଷ ୨୦୧୭-୧୮ରେ ୧୧୫୦୦୦ ପିଲାଙ୍କୁ ସ୍କଲାର୍ସିପ ଦିଆଯାଇଥିଲା । ପାଖାପାଖି ୭୮ କୋଟି ଟଙ୍କାର ସ୍କଲାର୍ସିପ ଏହି ପିଲାମାନଙ୍କ ମଧ୍ୟରେ ବାଂଟି ଦିଆଯାଇଥିଲା । ଏମଏଇଏଫ ସଚିବଙ୍କ ସୂଚନା ମୁତାବକ, ଚଳିତ ବର୍ଷ ଆମେ ବଜେଟକୁ ବୃଦ୍ଧି କରି ୯୦ କୋଟି କରିବାକୁ ଯୋଜନା କରୁଛୁ । ଆମେ ଏସଂପର୍କରେ ମିନିଷ୍ଟିକୁ ମଧ୍ୟ ସୂଚନା ଦେଇସାରିଛୁ । ଏହି ଯୋଜନା ସଂପର୍କରେ ଲୋକଙ୍କ ନିକଟରେ ଖବର ପହଂଚାଇବା ଏବଂ ସଚେତନତା ଆଣିବାର ଆବଶ୍ୟକତା ରହିଛି । ଆମେ ଏଥିପାଇଁ ମଧ୍ୟ ଏକ ଅଭିଯାନ ଆରମ୍ଭ କରିବା ପ୍ଲାନରେ ରହିଛୁ , ଯାହାଦ୍ୱାରା ଅଧିକରୁ ଅଧିକ ସଂଖ୍ୟକ ପିଲା ଏହି ଯୋଜନାର ପରିସରଭୁକ୍ତ ହୋଇପାରିବେ ।

ଏଠାରେ ଆମେ କହି ରଖୁଛୁ କି, ମିନିଷ୍ଟ୍ରି ଅଫ ମାଇନରିଟି ଆଫେୟାର୍ସ ପ୍ରତିବର୍ଷ କମ୍ୟୁନିଟି ପିଲାମାନଙ୍କ ପାଇଁ ସ୍କଲାର୍ସିପ ଭଳି ସୁବିଧା ଦେଇଥାଏ । ଏଥିପାଇଁ ଅନଲାଇନ ଫର୍ମ ନ୍ୟାସନାଲ ସ୍କଲାର୍ସିପ ପୋଟାଲରେ ଉପଲବ୍ଧ । ଏଥିପାଇଁ ସର୍ବପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ହେବ । ନ୍ୟାସନାଲ ସ୍କଲାର୍ସିପ ପୋଟାଲରେ ହିଁ ଆପଣଙ୍କୁ ନ୍ୟୁ ରେଜିଷ୍ଟ୍ରେସନର ଏକ ଅପସନ ନଜର ଆସିବ । ଏଠାରେ ଆପଣ ଷ୍ଟିଡେଂଟଙ୍କ ନାଁ ରେଜିଷ୍ଟର କରି ଫର୍ମ ପୁରଣ କରିପାରିବେ । ଏଥିପାଇଁ ଷ୍ଟୁଡେଂଟଙ୍କର ବ୍ୟାଙ୍କରେ ନିଜର ଏକ ଆକାଉଂଟ ଥିବା ନିହାତି ଜରୁରୀ । କାରଣ ସ୍କଲାର୍ସିପ ବାବଦକୁ ଆସୁଥିବା ଟଙ୍କା ଷ୍ଟୁଡେଂଟର ବ୍ୟାଙ୍କ ଖାତାକୁ ହିଁ ଆସିବ ।